ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗୋଟିଏ ପଟରେ ନିର୍ଭୟା ଗଣଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟାଇଥିବା ଦୋଷୀଙ୍କୁ, ନାବାଳକ ହେବା ଆଧାରରେ ଦଣ୍ଡ କମାଇ ଦିଆଯାଉଛି , ଅନ୍ୟ ପଟରେ ଦେଶରେ ନାବାଳକ ମାନେ ହିଁ ଦିନକୁ ଦିନ ଅଧିକ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ କରିବା ଆରମ୍ଭ କଲେଣି ।
ରାଜଧାନୀ ଦିଲ୍ଲୀକୁ ରେପ କ୍ୟାପିଟାଲ କୁହାଯାଉଥିବା ବେଳେ ଦିଲ୍ଲୀର ଗୌତମବୁଦ୍ଧ ନଗର ଜିଲ୍ଲାର କୋତବାଲୀ ଠାରେ ୭/୮ ବର୍ଷର ଦୁଇ ନାବାଳକ ମାତ୍ର ସାଢେ ୩ବର୍ଷର କଅଁଳା ଶିଶୁ କୁ ଦୁଷ୍କର୍ମ କରିଛନ୍ତି ।
ନାବାଳିକାଟିର ଡ୍ରେସରେ ରକ୍ତ ଲାଗିଥିବା ଦେଖି ତାର ମା’ ତାକୁ ହସ୍ପିଟାଲରେ ଭର୍ତ୍ତି କରାଇବା ପରେ ସମ୍ପୁର୍ଣ୍ଣ ଘଟଣା ଉପରୁ ପରଦା ଉଠିଥିଲା । ଏହା ପରେ ସମ୍ପୃକ୍ତ ଦୁଇ ନାବାଳକଙ୍କୁ ପୋଲିସ ଗିରଫ କରି କିଶୋର ନ୍ୟାୟ ବୋର୍ଡରେ ହାଜର କରାଇବା ପରେ ଦୁଇ ଅପରାଧୀ ନାବାଳକଙ୍କୁ ବାଲ୍ ସୁଧାର ଗୃହକୁ ପଠାଇ ଦିଆଯାଇଛି ।
ନାବାଳକ ମାନଙ୍କ ଦ୍ୱାରା ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହାର କାରଣ କଣ ହୋଇପାରେ ଆମ ଆଇନ ବ୍ୟବସ୍ଥାରେ ନାବାଳକ ଅପରାଧୀ ମାନଙ୍କ ପାଇଁ ଫୁଲ ପରି ସଜା ନା ଉଚିତ ସଂସ୍କାରର ଅଭାବ ।