ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦୁଇଟି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ଯେଉଁଥିରେ ଗୋଟେ ହେଉଛି କୃଷକଙ୍କ ପାଇଁ ଗୋଟେ ଦେଶ ଗୋଟେ ବଜାର ନୀତିକୁ ସବୁଜ ସଂକେତ ମିଳିଛି । ପ୍ରଧାନମନ୍ତ୍ରୀ ଭବନରେ ଅୟୋଜିତ ହୋଇଥିବା ଏହି ବୈଠକରେ ସମସ୍ତ ନେତା ତଥା ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ ।
ମିଡିଆ ରିପୋର୍ଟ ମୁତାବକ, ଦୁଇ ଘଣ୍ଟା ଧରି ଚାଲିଥିବା ଏହି କ୍ୟାବିନେଟ୍ ବୈଠକରେ ଦୁଇଟି ଅଧ୍ୟାଦେଶକୁ ମଞ୍ଜୁରୀ ଦିଆଯାଇଛି । ତାହା ହେଉଛି ଆବଶ୍ୟକ ବସ୍ତୁ ଅଧିନିୟମ ଏବଂ ଏପିଏସଇ ଅଧିନିୟମରେ ସଂଶୋଧନ ପାଇଁ ମଞ୍ଜୁରୀ । ଏବଂ କୃଷକ ସିଧାସଳଖ ସେମାନଙ୍କ ଫସଲ ବିକ୍ରି କରି ପାରିବେ । ବୈଠକରେ କୃଷକଙ୍କ ପାଇଁ ଗୋଟେ ଦେଶ ଗୋଟେ ବଜାର ନିତି ଆପଣାଇବା ସହ ଏହି ଅଧ୍ୟାନେଶକୁ ମଞ୍ଜୁର ଦିଆଯାଇଛି ।
ଅନ୍ୟପଟେ ଏହାପୂର୍ବରୁ ଏକ କ୍ୟାବିନେଟ ବୈଠକ ହୋଇଥିଲା । ଯେଉଁଥିରେ ଏମଏସଏମଇ ଏବଂ କୃଷକଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା ।