ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) ରାତି ପାହିଲେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ଏଇ ଭିତରେ କିନ୍ତୁ ନେତା ମାନଙ୍କର ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଉନି । ମାହୋଲ ଟିକେ ଶୀତଳ ପଡିଲେ କେହି ନାଁ କେହି ଦେଇ ଦେୁଛନ୍ତିି ବିବାଦୀୟ ବୟାନ । ଅକ୍ଷୟ କମାର ଓ ମୋଦିଙ୍କ ଭିତରେ ହୋଇଥିବା ଏକ ସାକ୍ଷାତ କାରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମମତା ବାନାିର୍ଜିଙ୍କ ମଧ୍ୟରେ ଆରମ୍ବ ହୋଇଥିଲା ବିବାଦ ।
ଯାହା ଏବେ ବି ଚର୍ଚ୍ଚାରେ ରହିଛି । ତେବେ ଏହିଭଳି ଏକ ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମୋଦିଙ୍କୁ ମହିଷାସୁର ଓ ମମତା ବାନାର୍ଜିଙ୍କୁ ଦେବୀ ପ୍ରତିମା ସହିତ ତୁଳନା କରିଛନ୍ତି ଯାହା ବର୍ତ୍ତମାନ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚାରେ ରହିଛି । ନାଇଡୁ ଆହୁରି ମଧ୍ୟ କହିଛନ୍ତି ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଦେବୀ ମହିଷାସୁରକୁ ବଦ୍ଧ କରିବେ ।
ତେବେ ନିର୍ବାଚନ ସମୟରେ ଏ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଲାଗିଥିବା ବେଳେ ଚନ୍ଦ୍ରବାବୁଙ୍କ ଏଣ୍ଟ୍ରି କିଛି ନୂଆ ସୂଚନା ଦେଉଛି ବୋଲି ମଧ୍ୟ ଆଲୋଚନା ହେଉଛି । ବିଜେପିକୁ ହରାଇ ସବୁ ଆଞ୍ଚଳିକ ଦଳ ମିଶି କେନ୍ଦ୍ରରେ ସରକାର ଗଢିବା ପାଇଁ ଏକାଠି ହେଉଥିବା ଆଶଙ୍କା ଜୋର ଧରିଛି । ତେବେ ଚନ୍ଦ୍ରବାବୁଙ୍କ ଏହି ବିବାଦୀୟ ବୟାନର ପ୍ରତିକ୍ରିୟା ରଖିଛି ବିଜେପି । ଚନ୍ଦ୍ରବାବୁଙ୍କୁ ଏକ ମାନସିକ ରୋଗୀ ଏବଂ ହାରିବା ଭୟରେ ନାଇଡୁ ଏମିତି କହୁଛନ୍ତି ବୋଲି ବିଜେପି କହିଛି ।