ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସବୁବେଳେ ନାଗରିକ ମାନଙ୍କୁୂ ଟେକନୋଲୋଜିକୁ ଆପଣେଇବା ପାଇଁ ଆହ୍ୱାନ ଦେଉଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ ଶୀଘ୍ର ଶୋସାଲ ମିଡିଆ ଛାଡି ପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ୮ ତାରିଖ ଠାରୁ ସେ ଶୋସାଲ ମିଡିଆରୁ ନିଜକୁ ଦୂରେଇ ରଖିବାକୁ ସୂଚନା ଦେଇଛନ୍ତି । ତେବେ ଏନେଇ ମୋଦି ଛାଡିବା ପୂର୍ବରୁ ସ୍ପଷ୍ଟ ସୂଚନା ଦେବେ ବୋଲି ଜଣାଇଛନ୍ତି । ଟ୍ୱିଟର, ଫେସବୁକ, ଇନଷ୍ଟା ଓ ୟୁଟ୍ୟୁବ ଠାରୁ ନିଜକୁ ଦୂରେଇ ରଖିବେ । ଏନେଇ ମୋଦିଙ୍କ ଅଫିସିଆଲ ଟ୍ୱିଟରରୁ ଏକ ଟ୍ୱିଟ କରିଛନ୍ତି ।
ସୂଚନାଯୋଗ୍ୟ ଏବେ ମୋଦିଙ୍କ ଟ୍ୱିଟର ଫଲୋ ୫୦ ନିୟୁତରୁ ଅଧିକ ରହିଛି । ସେହିଭଳି ଫେସବୁକ ୪୪ ନିୟୁତ ଓ ଇନଷ୍ଟାରେ ମଧ୍ୟ ୩୫ ନିୟୁତରୁ ଅଧିକ ଫଲୋର ଅଛନ୍ତି । ତେବେ ମୋଦି କାହିଁକି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାକୁ ନେଇ ଏବେ ଶୋସାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ୨୦୦୯ ମସିହାରେ ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଟ୍ୱିଟରରେ ଯୋଗଦେଇଥିଲେ ।