ନୁଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ । ଆଜି ୬୧ ତମ ମନକି ବାତ କାର୍ଯ୍ୟକ୍ରମ । ଅପରାହ୍ନ ୧୧ ଟାରେ ମନର କଥା କହିବେ ପ୍ରଧାନମନ୍ତ୍ରୀ । ସୂଚନାଯୋଗ୍ୟ ଚଳିତ ବର୍ଷ ଏହା ହେଉଛି ମୋଦିଙ୍କର ଦ୍ୱିତୀୟ ମନକି ବାତ କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟକ୍ରମକୁ ୨୦୧୪ ମସିହା ଅକ୍ଟୋବର ୩ ତାରିଖରେ ପ୍ରଥମେ ସରକାରୀ ଭାବେ ଆରମ୍ଭ କରାଯାଇଥିଲା । ଅଲ ଇଣ୍ଡିଆ ରେଡିଓ ଯୋଗେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଥାନ୍ତି । ଘରୋଇ ରେଡିଓ ଚ୍ୟାନେଲ ଗୁଡିକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରିଥାନ୍ତି ।