ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଭାଇରସର ଚିନ୍ତା ଘାରିଛି । ଏହି ଭାଇରସ ୨୭ଟି ଦେଶକୁ ବ୍ୟାପିସାରିଲାଣି । ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସରେ କେବଳ ଚୀନରେ ୯୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ହଜାରରୁ ଅଧିକ ଲୋକ ଏହି ଭାଇରରେ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ସହ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହ ଭାରତର ସହାୟତା ଚୀନ ସହ ଅଛି ବୋଲି ଏହି ଚିଠିରେ ମୋଦି ଲେଖିଛନ୍ତି ।
ସେହିପରି କରୋନା ଭାଇରସକୁ ଅଟକାଇବା ପାଇଁ ଭାରତ ସରକାର ସର୍ଜିକାଲ ମାସ୍କ ଓ ଗ୍ଲୋବ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଯାହାକୁ ହଟାଇ ଦିଆଯାଇଥିବାର ଏହି ଚିଠିରେ ଲେଖାଯାଇଛି । ଏହା ସହ ଚୀନରୁ ଆସୁଥିବା ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଭିସା ବ୍ୟବସ୍ଥା କରାଯିବ । ଚୀନର ହଭାଇ ପ୍ରାନ୍ତରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ ଚୀନର ସହଯୋଗକୁ ଧନ୍ୟବାନ ଜଣାଇଛନ୍ତି ମୋଦି । କରୋନା ଭାଇରସ ଦ୍ୱାରା ହୋଇଥିବା ମୃତକଙ୍କ ପାଇଁ ଭାରତ ଶୋକ ପ୍ରକାଶ କରୁଛି ।