ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ପୁଣି ଅର୍ଥବ୍ୟବସ୍ଥାକୁ ବଡ ଝଟକା । ବର୍ଷ ୨୦୧୯ର ବିକାସ ଦରର ଅନୁମାନକୁ ହ୍ରାସ କରିଛି ରେଟିଙ୍ଗ ଏଜେନ୍ସି ମୁଡିଜ୍ ଇଂଭେଷ୍ଟର୍ସ ସର୍ଭିସ । ଶୁକ୍ରବାର ଦିନ ଏଜେନ୍ସି ପକ୍ଷରୁ ଭାରତର ବିକାଶ ଦର ୫.୬ ପ୍ରତିଶତ ରହିବାର ଅନୁମାନ କରାଯାଇଛି । ହୁଏତ ଏଜେନ୍ସି ମୁତାବକ, ଆଗାମୀ ୨୦୨୦ ଏବଂ ୨୦୨୧ ରେ ଅର୍ଥବ୍ୟବସ୍ଥା ଦୃତ ବେଗରେ ଚାଲିବ ଏବଂ ବିକାଶ ଦର କ୍ରମଶଃ ୬.୬ ପ୍ରତିଶତ ଏବଂ ୬.୭ ପ୍ରତିଶତ ରହିବ ।
ଏହାପୂର୍ବରୁ ଜାରି କରାଯାଇଥିବା ଜିଡିପି ରୁ ଅର୍ଥବ୍ୟବସ୍ଥାର ମାନ୍ଦାବସ୍ଥାର ସଂକେତ ଜଣା ପଡିଯାଇଥିଲା । ଜୁଲାଇ ରୁ ସେପ୍ଟେମ୍ବର ମଧ୍ୟରେ ଭାରତର ଆର୍ଥିକ ବିକାଶ ଦର ହ୍ରାସ ହୋଇ ପ୍ରାୟତଃ ୪.୫ କୁ ଖସି ଆସିଛି ।
ଏହାପୂର୍ବରୁ ଜାନୁଆର-ମାର୍ଚ୍ଚ, ୨୦୧୩ ତିମାହିରେ ଜିଡିପି ବିକାଶ ଦର ୪.୩ ପ୍ରତିଶତ ଥିଲା । ସେହିପରି ଗୋଟେ ବର୍ଷ ପୂର୍ବରୁ ମାନେ ଜୁଲାଇ-ସେପ୍ଟେମ୍ବର, ୨୦୧୮ ତିମାହିରେ ୭ ପ୍ରତିଶତ ରହିଥିଲା । ମାତ୍ର ଚଳିତ ଆର୍ଥିକ ବର୍ଷର ପ୍ରଥମ ତିମାହିରେ ବିକାଶ ଦର ପାଞ୍ଚ ପ୍ରତିଶତ ରହିଥିଲା ।
ଅପରପକ୍ଷେ ଜାପାନର ଆର୍ଥିକ ସେବା ପ୍ରଦାତା କମ୍ପାନୀ ନୋମୁରା ବି ଚଳିତ ବର୍ଷ ଡିସେମ୍ବର ତିମାହରେ ବିକାଶ ଦର ର ଅନୁମାନ ହ୍ରାସ କରାଯାଇ ୪.୩ ପ୍ରତିଶତ କରାଯାଇଥିଲା ।
ଡିସେମ୍ବର୫, ୨୦୧୯ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜିଡିପି ଅନୁମାନ ଦର ହ୍ରାସ କରାଯାଇଥିଲା । କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ, ୨୦୧୯-୨୦ ଜିଡିପିରେ ଆହୁରି ମାନ୍ଦାବସ୍ଥା ହେବ । ଏହା ୬.୧ ପ୍ରତିଶତରୁ ହ୍ରାସ ହୋଇ ୫ ପ୍ରତିଶତ ହୋଇପାରେ । ଏହାଦ୍ୱାରା ଅର୍ଥବ୍ୟବସ୍ଥାକୁ ଝଟକା ଲାଗିଛି ।