ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ଥମିବାର ନାଁ ଧରୁନି । ଦିଲ୍ଲୀର ୧୪ ଟି ହସ୍ପିଟାଲରେ ପ୍ରାୟତଃ ଏକ ଶହରୁ ଅଧିକ ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜାଣିବାକୁ ମିଳିଛି । ରବିବାର ଦିନ ବି ଦିଲ୍ଲୀ ଏମ୍ସ ଏବଂ ସଫଦରଗଞ୍ଜ ସମେତ ୫ଟି ହସ୍ପିଟାଲରେ ୧୪ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି । ଏବେ ସେମାନଙ୍କର ଚିକିତ୍ସା ଚାଲିଛି ।
ସେହିପରି ଏମ୍ସର କର୍କଟ ବିଭାଗର ନର୍ସ ଏବଂ ତାଙ୍କର ଦୁଇଟି ଛୁଆ ବି କରୋନା ଭାଇରସରେ ଆକ୍ରାନ୍ତ । ସଫଦରଗଞ୍ଜରର ପ୍ରସୂତି ବିଭାଗର ଜଣେ ନର୍ସ, ଲେଡି ହାଣ୍ଡିଂ ମେଡିକାଲ କଲେଜର ଜଣେ ନର୍ସ ଓ ସଫେଇକର୍ମୀ, ବାବୁ ଜଗଜୀବନ ରାମ ହସ୍ପିଟାଲରେ ୪ ଜଣ ଡାକ୍ତର ସଂକ୍ରମିତ ହୋଇଛନ୍ତି । ଏହାବ୍ୟତିତ ରୋହିଣୀ ସ୍ଥିତ ଡାଃ ଭିମରାଓ ଆମ୍ବେଦକର ହସ୍ପିଟାଲରେ ୮ ଜଣ ଡାକ୍ତର ଏବଂ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୩ ଟି ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀ କରୋନା ରେ ସଂକ୍ରମିତ ହୋଇଥିବା ଜାଣିବାକୁ ମିଳିଥିଲା, କିନ୍ତୁ ଏବେ ଏହି ତାଲିକାରେ ଆଉ ଏକ ହସ୍ପିଟାଲ ସାମିଲ ହୋଇଯାଇଛି ।