ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ୍ ଏବଂ କ୍ୟାବିନେଟ କମିଟି ଅନ୍ ଇକୋନମିକ୍ ଆଫେୟର୍ସର ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି କି, ଏବେ ଆରବିଆଇ ଅଧିନରେ ସହକାରୀ ବ୍ୟାଙ୍କ । ଏହାଦ୍ୱାରା ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରହିବ ।
ପ୍ରକାଶ ଜାଭେଡକର କହିଛନ୍ତି କି, ଆମ ଦେଶରେ ୧୪୮୨ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଏବଂ ୫୮ ମଲ୍ଟି ଷ୍ଟେଟ ବ୍ୟାଙ୍କ ରହିଛି । ଏହି ବ୍ୟାଙ୍କ ଗୁଡିକ ଆରବିଆଇର ସୁପରଭିଜନ ପାୱରରେ ଆସିବାକୁ ଏକ ଅଧ୍ୟାଦେଶ ପାରିତ କରାଯାଇଛି । ଆରବିଆଇର ପାୱର ଏବେ ଶେଡ୍ୟୁଲ ବ୍ୟାଙ୍କ ସମେତ କୋ-ଅପରେଟିଭ ବ୍ୟାଙ୍କରେ ବି ଲାଗୁ ହେବ ।
ସେ ଆହୁରି ମଧ୍ୟ କହିଛନ୍ତି କି, ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଆନ୍ତରିକ୍ଷ ବିଜ୍ଞାନ କ୍ଷେତ୍ରରେ ବହୁତ ବଡ ପରିବର୍ତ୍ତନ କରାଯାଇଛି । ଏହାସହିତ କେନ୍ଦ୍ରମନ୍ତ୍ରୀମଣ୍ଡଳ ଉତ୍ତରପ୍ରଦେଶର କୃଷିନଗର ବିମାନ ବନ୍ଦରକୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଘୋଷିତ କରିବା ପାଇଁ ମଞ୍ଜୁରୀ ଦେଇ ଦେଇଛି ।