ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୁଅ ମରିଗଲା । ପୁଅର ମୃତ୍ୟୁରେ ମା ହତବାକ ହୋଇଗଲେ । ସହଜରେ ଗ୍ରହଣ କରି ପାରିଲେ ନାହିଁ ପୁଅର ଅକାଳ ମୃତ୍ୟୁକୁ । ଶେଷରେ ପୁଅର ଅକାଳ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ମା ପଣ କଲେ । ଆଉ ନିଜେ ଗୋଟିଏ ଡାକ୍ତର ହୋଇ ଦୁନିଆର ପୁଅ ମାନଙ୍କ ସେବା କରିବାକୁ ସ୍ଥିର କଲେ । ଆମେ କହୁଛୁ ନୂଆଦିଲ୍ଲୀର ମେରଠର ମଞ୍ଜୁ ମିତଲଙ୍କ କଥା । ଯିଏ ଗତ ୨୬ ବର୍ଷ ହେଲା ନିଶ୍ୁଳ୍କ ଭାବେ ଅନ୍ୟମାନଙ୍କୁ ଡାକ୍ତରି ସେବା ଯୋଗାଇ ଦେଉଛନ୍ତି ।
ତେବେ ମଞ୍ଜୁଙ୍କର ଡାକ୍ତର ହେବା କଥା ବଡ ନିଆରା । ଆଜିକୁ ୨୬ ବର୍ଷ ତଳେ ଯେତେବେଳେ ତାଙ୍କ ନ ବର୍ଷ ପୁଅକୁ କିଛି ଅଜଣା ରୋଗ ହୋଇଥିଲା । ସେ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ ମରି ଯାଇଥିଲେ । ସେତେବେଳେ ମଞ୍ଜୁ ଏକ ପ୍ରକାର ଭାଙ୍ଗି ପଡିଥିଲେ । ସେ ନିଜ ନ ବର୍ଷ ପୁଅର ମୃତ୍ୟୁକୁ ଏତେ ସହଜରେ ଗ୍ରହଣ କରି ପାରି ନଥିଲେ । ତେଣୁ ସେ ସେଦିନ ସଂକଳ୍ପ ନେଇଥିଲେ ସେ ଜଣେ ଡାକ୍ତର ହେବେ ବୋଲି ।
ତେଣୁ ସେ ହୋମିଓପାଥି ପ୍ରାକ୍ଟିସ କଲେ । ଧିରେ ଧିରେ ତାଙ୍କ ପାଖକୁ ରୋଗୀ ଆସିବାରେ ଲାଗିଲେ । ଏମିତି କି ଏଲୋପାଥିରେ ଭଲ ହେଉନଥିବା ରୋଗ ଏବେ ମଞ୍ଜଙ୍କୁର ହୋମିଓ ପାଥିରେ ଭଲ ହୋଇ ଯାଉଛି । ଆଉ ସବୁଠାରୁ ବଡ କଥା ହେଉଛି ମଞ୍ଜୁ ଚିକିତ୍ସା ପାଇଁ କୌଣସି ଶୁଳ୍କ ନିଅନ୍ତି ନାହିଁ ।