ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭାରତରେ ଏମିତି କିଛି ସଂସ୍ଥା ଅଛି ଯେଉଁଠି ନବଜାତ ଶିଶୁ ମାନଙ୍କ ପାଇଁ ମା’ କ୍ଷୀର ଯୋଗାଇ ଦିଆଯାଉଛି । ସେଗୁଡିକ ସାଧାରଣରେ ଦୁଗ୍ଧ ବ୍ୟାଙ୍କ ବୋଲି ଜଣାଯାଏ ।
ଏହି ବ୍ୟାଙ୍କ ଗୁଡିକ ଏମିତି ଶିଶୁ ମାନଙ୍କୁ କ୍ଷୀର ଯୋଗାଇଥାଏ , ଯେଉଁ ମାନଙ୍କ ମା’ କୌଣଷି ଶାରୀରିକ ଅକ୍ଷମତାକୁ ନେଇ ସେମାନଙ୍କ ଛୁଆ ମାନଙ୍କୁ ସ୍ତନ୍ୟପାନ କରାଇବାରେ ଅସମର୍ଥ ହୋଇଥାନ୍ତି ।
ଅନେକ ସମୟରେ ପ୍ରସବ ପରେ ମଧ୍ୟ ମହିଳା ମାନଙ୍କର ଶରୀରରେ କ୍ଷୀର ଉତ୍ପନ ହୋଇନଥାଏ । ଏବଂ କେତେକ କ୍ଷେତ୍ରରେ ବହୁତ କମ୍ କ୍ଷୀର ଉତ୍ପନ ହୋଇଥାଏ । ଏଭଳି ସ୍ଥିତିରେ ନବଜାତ ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ହୋଇଥାଏ ।
ସବୁ ନବଜାତ ଶିଶୁ ମାନଙ୍କୁ କିପରି ସହଜ ଓ ସୁବିଧାରେ ମା’ କ୍ଷୀର ମିଳିପାରିବ, ସେଥିପାଇଁ ଏବେ ଭାରତର ପ୍ରାୟ ସବୁ ରାଜ୍ୟରେ ଏହି ମିଲ୍କ ବ୍ୟାଙ୍କ ଖୋଲାଯିବା ର ଯୋଜନା କରାଯାଉଛି ।
ମା’ କ୍ଷୀର ଉପଲବ୍ଧ କରାଉଥିବା ଏହି ବ୍ୟାଙ୍କ ଗୁଡିକ ୱାର୍ଲଡ ବ୍ୟାଙ୍କ ଭଳି କାମ କରୁଛନ୍ତି । ଏହି ବ୍ୟାଙ୍କ ଗୁଡିକରେ ମହିଳା ମାନେ ନିଜ ଦୁଗ୍ଧ, ସ୍ତନ୍ୟପାନରୁ ବଞ୍ଚିତ ଶିଶୁ ମାନଙ୍କ ନିମନ୍ତେ ଦାନ କରିପାରିବେ । ବୌଜ୍ଞାନିକ ଉପାୟରେ ଏହି କ୍ଷୀର କୁ ବହୁ ଦିନ ପର୍ଯ୍ୟନ୍ତ ସାଇତି ରଖାଯାଇ ପାରିବ ।
ପ୍ରଥମ ପର୍ଯ୍ୟାୟରେ ରାଜସ୍ଥାନରେ ସର୍ବାଧିକ ୧୩ଟି, ମହାରାଷ୍ଟ୍ରରେ ୧୨ଟି ଓ ତାମିଲନାଡୁରେ ୧୦ଟି ମିଲ୍କ ବ୍ୟାଙ୍କ ଖୋଲାଯାଇଥିଲା । ତେବେ ଏହା ଓଡ଼ିଶାରେ ମଧ୍ୟ ଖୁବ୍ ଶିଘ୍ର ଖୋଲାଯାଇପାରେ ବୋଲି ଆଶା କରାଯାଇପାରେ ।