ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏଣକି ଟ୍ରାଫିକ ନିୟମ ଭଙ୍ଗକଲେ ଦେବାକୁ ପଡିବ ବଡ ଆକାରର ଜରିମାନା । ଆଜି ଠାରୁ ଲାଗୁ ହୋଇଛି ନୂଆ ମୋଟର ଭେଇକିଲ ଆକ୍ଟ । ଜାଣନ୍ତୁ ଲାଗୁ ହୋଇଥିବା ନୂଆ ଭେଇକିଲ ଆକ୍ଟରେ କେଉଁ ନିୟମ ଭଙ୍ଗକଲେ କେତେ ଜରିମାନା
୧- ପୂୂର୍ବରୁ ମଦ ପିଇ ଗାଡି ଚଳାଇଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡୁଥିଲା ମାତ୍ର ଆଜିଠାରୁ ମଦ ପିଇ ଗାଡି ଚଳାଇଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ଜରିମାନା ୨- ପୂର୍ବରୁ ବିନା ହେଲମେଟରେ ଗାଡି ଚଳେଇଲେ ଦେବାକୁ ପଡୁଥିଲା ୧୦୦ ରୁ ୩୦୦ ଟଙ୍କା । ଏବେ ୫୦୦ ରୁ ୧୫୦୦ , ୩- ସେହିଭଳି ୨ ଚକିଆ ଗାଡିରେ ୩ ଜଣ ଯାତ୍ରା କଲେ ୧୦୦ ରୁ ୩୦୦ ଟଙ୍କା, ୪- ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫୦୦ ରୁ ୫୦୦୦ ଟଙ୍କା ,
୫- ଓଭର ସ୍ପିଡରେ ଗାଡି ଚଳାଇଲେ ପୂର୍ବରୁ ୪୦୦ ରୁ ୧୦୦୦ ଟଙ୍କା ଥିଲା ବର୍ତ୍ତମାନ ଏହା ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ୬- ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ୫୦୦୦ ଟଙ୍କା, ୭- ଭୁଲ ରାସ୍ତାରେ ଗାଡି ଚଳାଇଲେ ୫୦୦୦ ଟଙ୍କା, ୮- ଯେବ୍ରା କ୍ରସିଂ କ୍ରସ କଲେ ୫୦୦୦ ଟଙ୍କା , ୯- ସିଟ ବେଲଟ ନ ବାନ୍ଧିଲେ ୧୦୦୦ ଟଙ୍କା ଦେବାକୁ ପଡିବ, ୧୦- ନାବାଳିକା ଗାଡି ଚଳାଇଲେ ୨୫୦୦୦ ଟଙ୍କା ଜରିମାନା ଏନେଇ ଦିଲ୍ଲୀ ଟ୍ରାଫିକ କମିଶନର ସୂଚନା ଦେଇଛନ୍ତି ।