ରାଞ୍ଚି (ଏଟିଆର ବ୍ୟୁରୋ): ଧୋନି ଯୁଗର ଅବସାନ । ଗତକାଲି ଭାରତୀୟ କ୍ରିଟେକର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜର ଅନ୍ତର୍ଜାତୀୟ କ୍ରିକେଟ ଜଗତରୁ ଅବସାନ ଘୋଷଣା କରିଛନ୍ତି । ପୂର୍ବରୁ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ବେଳେ ଗତକାଲି ଦିନିକିଆ ଓ ଟି ୨୦କୁ ଅଲବିଦା କରିଛନ୍ତି । ତେବେ ଧୋନୀ ଅନ୍ତର୍ଜାତୀୟ ମ୍ୟାଚରୁ ଅବସର ନେଇଥିଲେ ମଧ୍ୟ ଚଳିତବର୍ଷର ଆଇପିଏଲ ମ୍ୟାଚ ଖେଳିବେ । ଧୋନି କର ଅବସର ଘୋଷଣା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ସୋସିଆ ମିଡିଆ ଠାରୁ ଆରମ୍ଭ କରି ସବୁଠାରେ ପ୍ରଶଂସକ ନିଜର ଭାବନା ଜାହିର କରିବା ସହ ଧୋନିକୁ ନିଜର ଭଲ ପାଇବା ଜାହିର କରିଛନ୍ତି । ତେବେ ଧୋନି ନିଜ ସୋନିଆଲ ମିଡିଆ ଆକାଉଣ୍ଟରେ ‘ପଲ ଦୋ ପଲ କା ସାୟର ହୁଁ’ ଗୀତ ସହ କିଛି ପୋଷ୍ଟ କରି ସମସ୍ତଙ୍କୁ ଅଲବିଦା କହିଛନ୍ତି ।
ସେପଟେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଧୋନିଙ୍କର ଅବସର ଘୋଷଣା ପରେ ତାଙ୍କ ପ୍ରସଂଶା କରିଛନ୍ତି । ସୌରଭ ଗାଙ୍ଗୁଲି ବିସିସିଆଇ ତରଫରୁ ଏକ ବୟାନରେ କହିଛନ୍ତି, ଏହା ଏକ ଯୁଗର ଶେଷ ହୋଇଛି । ସେ ଭାରତ ଏବଂ ବିଶ୍ୱକପ ପାଇଁ ଜଣେ ଭଲ ଖେଳାଳି ଥିଲେ । ତାଙ୍କର ଅଧିନାୟକତ୍ୱ ଦଳକୁ ଭିନ୍ନ ଏକ ପ୍ରକାରର କ୍ଷମତା ଯୋଗାଉଥିଲା । ତାଙ୍କୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଠିକ ହେବ ନାହିଁ । ଧୋନିଙ୍କର ଏକ ଭଲ କ୍ୟାରିୟର ରହିଥିବା କହିବା ସହ ଗାଙ୍ଗୁଲି ଧୋନିଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
Captain. Legend. Inspiration.🌟
As former #TeamIndia captain @msdhoni retires from international cricket, we wish him the very best and thank him for the wonderful memories. 🇮🇳👏#ThankYouMSDhoni 💙 pic.twitter.com/ks70z4FYNL
— BCCI (@BCCI) August 16, 2020
ମହୋନ୍ଦ୍ର ସିଂହ ଧୋନୀ ୨୦୦୪ରେ କ୍ରିକେଟରେ ପଦାର୍ପଣ କରିଥିଲେ । ପରେ ବିଶ୍ୱକପ କ୍ରିକଟେରେ ଅଧିନାୟକ ହୋଇ ୨୦୦୭ରେ ଟି-୨୦ରେ ବିଶ୍ୱକପ ବିଜେତା ହୋଇଥିଲେ । ସେହିପରି ୨୦୧୧ରେ ତାଙ୍କ ନେତୃତ୍ୱରେ ଭାରତ ଆଇସିସି ଦିନିକିଆ ବିଶ୍ୱକପ ଟାଇଟଲ ଚାମ୍ପିଅନ ହୋଇଥିଲା ।ଧୋନୀ ଅଧିନାୟକ ଭାବେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେ ଅଧିନାୟକ ଭାବେ ୩୩୨ ଟି ମ୍ୟାଚ ଖେଳିଥିଲେ । ଭାରତ ପାଇଁ ୩୫୦ ଦିନିକିଆ, ୯୦ଟି ଟେଷ୍ଟ ଓ ୯୮ଟି ଟି-୨୦ ମ୍ୟାଚ ଖେଳିଥିଲେ ।
ସେପଟେ ସେପ୍ଟେମ୍ବର ୧୯ରୁ ଆଇପିଲ ମ୍ୟାଚ ଆରମ୍ଭ ହେଉଥିବା ବେଳେ ଗତକାଳି ଚେନ୍ନାଇ ସୁପର କିଙ୍ଗିସ ଚେପକ ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ ଖେଳିବା ପାଇଁ ଧୋନି ଚେନ୍ନାଇରେ ପହଞ୍ଚିଛନ୍ତି ।