ମୁୁମ୍ବାଇ ( ଏଟିଆର ବ୍ୟୁରୋ): ଭାରତ ଉପରେ ସବୁବେଳେ ପଡୋଶୀ ରାଜ୍ୟର ଦେଶର ନଜର । ଭାରତରେ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାଲିଛି ମସୁଧା । ଯାହାର ଏଜ୍ଜ୍ୱଳନ୍ତ ଉଦାହରଣ ହେଉଛି ଏଇ ନିକଟରେ ହୋଇଥିବା ପୁଲୱାମା ଆକ୍ରମଣ । ଆତଙ୍କବାଦୀଙ୍କର ନଜର କେବଳ ସେନା ଉପରେ ନୁହେଁ ବରଂ ରାଗ ସୁଝାଇବା ପାଇଁ ସାଧାରଣ ଲୋକଙ୍କୁ କରିଥାନ୍ତି ଟାର୍ଗେଟ । ୨୦୧୧ ମସିହା ଠିକ ଆଜିର ଦିନ । ଯାହା ଆଜିବି ମନେ ପଡିଲେ ଛାତି ଥରି ଉଠେ ସେ ନରସଂହାର କଥା ମନେ ପଡିଲେ । ଆଠ ବର୍ଷ ତଳେ ଠିକ ଆଜିର ଦିନରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ ମାୟାନଗରୀ ମୁମ୍ବାଇ ଉପରେ ।
ମାତ୍ର ୧ ମିନିଟି ଅନ୍ତରରେ ୩ ଟି ଯାଗାରେ ହମଲା । ଯେଉଁ ଆକ୍ରମଣରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ନିରିହ ଲୋକ ଆହତ ହୋଇଥିଲେ । ସନ୍ଧ୍ୟା ୬ ଟା ବାଜି ୫୪ ମନିଟରେ ମୁମ୍ବାଇର ହାବେରିରେ ହୋଇଥିଲା ପ୍ରଥମ ଆକ୍ରମଣ । ଲୋକମାନେ ମାର୍କେଟରେ କିଣାବିକା ସମୟରେ ଗୋଟେ କାରରୁ ବିସ୍ପୋରଣ ହୋଇଥିଲା । ଏହା ପେରେ ଦ୍ୱିତୀୟ ବିସ୍ପୋରଣ ହୋଇଥିଲା ମୁମ୍ବାଇ ଅପେରା ହାଉସ ପାଖରେ । ୬ ଟା ୫୫ ମିନିଟରେ ଏହି ବିଷ୍ପୋରଣ ହୋଇଥିଲା ।
ଏହା ପରେ କିଛି ସମୟ ପରେ ଦାଦାର ବସ ଷ୍ଟାଣ୍ଡ ପାଖରେ ଥିବା ଏକ ବିଧ୍ୟୁତ ଖୁଣ୍ଟ ଉପରେ ଟଙ୍ଗା ହୋଇଥିବା ବମ ଫାଟିଥିଲା । ଠିକ ୭ ଟା ୫ ମିନିଟରେ ହୋଇଥିଲା । କେବଳ ସେତିକି ନୁହେଁ ୨୦୦୬ ସମିହାରେ ସିରିଏଲ ବୋମା ବିସ୍ପୋରଣ ହୋଇଥିଲା । ଆତଙ୍କବାଦୀ ମାନେ ଲୋକାଲ ଟ୍ରେନକୁ ନିଶାନା କରିଥିଲେ । ୭ ମିନିଟରେ ୭ ଟି ବୋମା ବିସ୍ପୋରଣ ହୋଇଥିଲା । ଯେଉଁଥିରେ ୧୮୯ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ ଲୋକ ଆହତ ହୋଇଥିଲେ ।