ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ମଧ୍ୟରେ କଥା କଟାକଟି ଯୋଜରଦାର ଚାଲିଛି । ତେବେ ଏଇ ଭିତରେ ଏବେ ପୁଣି ବୟାନ ଯୁଦ୍ଧକୁ ଓହ୍ଲାଇଛନ୍ତି ମୋଦି ଏବଂ ରାହୁଳ ଗାନ୍ଧି । ଏଇ ନିକଟରେ ରାହୁଳ ଗାନ୍ଧି ଏକ ନିର୍ବାଚନୀ ସଭାରେ ଯୋଗଦେଇଥିବା ବେଳେ ସେଠାରେ ନିଜ ଅଭିଭାଷଣରେ କହିଥିଲେ ଆଉ ୬ ମାସ କଲେ ଯୁବକମାନେ ମୋଦିଙ୍କୁ ଘରୁ ବାହାରିବାକୁ ଦେବେ ନାହିଁ, ମାଡ ମାରିବେ । ତେବେ ଏହି ବୟାନର ଏକ ଅଭିନବ ଉପାୟରେ ମୋଦି ଉତ୍ତର ଦେଇଛନ୍ତି ।
ମୋଦି କହିଛନ୍ତି ମୁଁ ଏବେ ସୂର୍ଯ୍ୟ ନମସ୍କାର କରିବାର ସଂଖ୍ୟା ବଢାଇବି । ମାଡ ଖାଇବା ପୂର୍ବରୁ ମୋ ପିଠିକୁ ଶକ୍ତ କରିବି । ୬ ମାସ ପରେ ମୋତେ ମାଡ ହେବ ବୋଲି ମୁଁ ଶୁଣିଛି । ଏବେ ମୋତେ ପ୍ରସ୍ତୁତ ହେବାକୁ ପଡିବ । ଲୋକସଭାରେ ନିଜର ଅଭିଭାଷଣ ଦେବା ସମୟରେ ମୋଦି ଏମିତି ପ୍ରତିକ୍ର୍ରିୟା ଦେଇଛନ୍ତି ।