ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୭ ତମ ମନକି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ଭୋଧୀତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କରୋନା ମହାମାରୀ ସହିତ ଲଢେଇ କରି ଏବେ ସଫଳ ହୋଇଛି । ଏହି ମହାମାରୀ ଏବେ ଲୋକଙ୍କୁ ଅଧିକ ଆତ୍ମ ନିର୍ଭରଶୀଳ କରିଛି । ସେହିପରି ଆଗକୁ ଆସୁଥିବା ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଆହୁରି ମଧ୍ୟ ଆଜି କାରଗିଲ ଯୁଦ୍ଧକୁ ୨୧ ବର୍ଷ ପୂରିଥିବାରୁ କାର୍ଗିଲ ଯୁଦ୍ଧ ବିଷୟରେ ସେ ଦେଶବାସୀଙ୍କୁ ସେଦିନର ଯବାନ ମାନଙ୍କ ବଳିଦାନ ଓ ଦେଶଭକ୍ତିଙ୍କୁ ମନେ ପକାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସବୁବେଳେ ଭାରତ ପଡୋଶୀ ରାଷ୍ଟ୍ର ସହ ସୁସମ୍ପର୍କ କରିବାକୁ ଚେଷ୍ଟା କରିଛି । ମାତ୍ର ପଡୋଶୀ ରାଷ୍ଟ୍ର ସବୁବେଳେ ବିନା କାରଣରେ ଆମ ସହ ଶତୃତା କରିଛି ।
ଯାହାର ସବୁବେଳେ ଉଚିତ ଯବାବ ଦେଇଆସିଛି ଭାରତୀୟ ସେନା । କାର୍ଗିଲ ଯୁଦ୍ଧ ସମୟରେ ମଧ୍ୟ ସେନା ଶତୃ ପକ୍ଷକୁ ଉଚିତ ଯବାବ ଦେଇଥିଲା । ତେଣୁ ଆଜିର ଦିନରେ ପ୍ରତ୍ୟକ ଭାରତୀୟ ସେଇ ବିରତ୍ୱର କଥା ପଢନ୍ତୁ । ଅନ୍ୟମାନଙ୍କୁ ମଧ୍ୟ ସେୟାର କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କରୋନା ସଂକ୍ରମଣରେ ଆମ ଦେଶ ଅନ୍ୟ ଦେଶ ଗୁଡିକ ତୁଳନାରେ ବହୁତ କମ ରହିଛି ।