ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫାନ୍ସ ଗସ୍ତରେ ଯାତ୍ରା କରିବେ । ଏହି ଅବସରରେ ସେ ଫ୍ରାନ୍ସର ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋନ ଏବଂ ପ୍ରଧାନମନ୍ତ୍ରୀ ଏଡବର୍ଡ ଫିଲିପଙ୍କ ସହିତ ସାକ୍ଷତ କରି ଦୁଇ ଦେଶ ମଧ୍ୟରେ ରକ୍ଷା, ପରମାଣୁ ଶକ୍ତି, ସାମୁଦ୍ରିକ ସହଯୋଗ ଏବଂ ଆତଙ୍କବାଦ-ନିରୋଧ ଭଳି ପ୍ରମୁଖ କ୍ଷେତ୍ରରେ ଆଲୋଚନା କରିବେ ।
ଶୁକ୍ରବାର ଦିନ ନରେନ୍ଦ୍ର ମୋଦି ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ପରେ ପ୍ୟାରିସର ୟୁନେସ୍କୋ କାର୍ଯ୍ୟାଳୟରେ ଭାରତୀୟ ସମୁଦାୟଙ୍କୁ ସମ୍ବୋନ୍ଧିତ କରିବେ । ଏହାସହିତ ୧୯୫୦ ଏବଂ ୧୯୬୬ ରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଭାରତୀୟ ପିଡୀତଙ୍କ ପାଇଁ ତିଆରି ହୋଇଥିବା ସ୍ମାରକ ଉଦଘାଟନ କରିବେ ।
ଏନେଇ ସଚିବ ଟି ଏସ ତିରୁମୂର୍ତ୍ତି କହିଛନ୍ତି କି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସୁରକ୍ଷାକୁ ମଜବୁତ କରିବା , ଭବିଷ୍ୟତରେ ରକ୍ଷା ଅଧିଗ୍ରହଣ, ଜ୍ୟାତପୁର ପରମାଣୁ ଶକ୍ତି ସ୍ଥାପନାକୁ ନେଇ ପ୍ରଗତି, ସମ୍ବୋଧିତ ପରିଚାଳନାର ଆବଶ୍ୟକତାରେ ରଣନୀତି ଏବଂ ରାଜନୀତି ପ୍ରାଥମିକତାରେ ଆଲୋଚନା ହେବ ବୋଲି ଆଶା କରାଯାଉଛି ।\n