ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରପୃଷ୍ଠରେ ଗାୟବ ହୋଇଯାଇଥିବା ଚନ୍ଦ୍ରଯାନ୨ ର ଲ୍ୟାଣ୍ଡର ବିକ୍ରମର ଠିକଣା ଖୋଜିବାରେ ପୁଣି ବିଫଳ ହେଲା ନାସା । ଆମେରିକି ଅନ୍ତରୀକ୍ଷ ଏଜେନ୍ସି ନାସା ପକ୍ଷରୁ କୁହାଯାଇଛି କି , ଲୁନାର ରିକର୍ନେଶନ ଅର୍ବିଟର (ଏଲଆରଓ)କୁ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ୨ ଲ୍ୟାଣ୍ଡର ବିକ୍ରମର କୌଣସି ପତା ମିଳୁନାହିଁ ।
ଏଲଆରଓ ମିଶନର ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ନୋଆ ଏଡଭର୍ଡ ପେଟ୍ରୋ କହିଛନ୍ତି କି, ଲୁନାର ରିକର୍ନେଶନ ଅର୍ବିଟର ଅକ୍ଟୋବର ୧୪ ରେ ଚନ୍ଦ୍ରଯାନ୨ ବିକ୍ରମ ଲ୍ୟାଣ୍ଡରର ଲାଣ୍ଡିଂ କ୍ଷେତ୍ରରେ ପ୍ରବେଶ କରିଥିଲା । କିନ୍ତୁ ତାକୁ ଲ୍ୟାଣ୍ଡର ବିକ୍ରମର କୌଣସି ପତି ମିଳିଲା ନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଚେଞ୍ଜ ଡିଟେକ୍ସନ ଯାନ୍ତ୍ରିକ ଦ୍ୱାରା ନାସା ଟିମ୍ ଏଲଆରଓର ଫଟୋକୁ ସାବଧାନିକପୂର୍ବକ ଯାଞ୍ଚ କରିବା ସହ ବିକ୍ରମର ପତା ଲଗାଇବା ପାଇଁ ଚେଷ୍ଟା କରିଥିଲେ । ଚନ୍ଦ୍ରମା ଉପରେ ନୂତନ ଉଲ୍କାପିଣ୍ଡର ପ୍ରଭାବକୁ ଖୋଜିବା ପାଇଁ ଏହାର ଉପଯୋଗ କରାଯାଇଥାଏ ।
ଏଲଆରଓ ମିଶନର ଉପ ପରିଯୋଜନା ବୈଜ୍ଞାନିକ ଜନ୍ କେଲର କହିଛନ୍ତି କି, ହୁଏତ ବିକ୍ରମ କୌଣସି ଖାଲ ଭିତରେ କିମ୍ବାର ଖୋଜିବା ଏରିଆରୁ ବାହାରେ ଥିବ । କମ ଅକ୍ଷାଂଶ ଯୋଗୁଁ ପାଖାପାଖି ୭୦ ଡିଗ୍ରୀ ଦକ୍ଷୀଣରେ ଥିବା ଅଞ୍ଚଳରେ ଅନ୍ଧକାରରେ ରହିଛି ।