ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ -୨ ର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂକୁ ନେଇ ଆମେରିକା ଅନ୍ତରିକ୍ଷ ଏଜେନ୍ସି ନାସା ତାର ରିପୋର୍ଟ ଜାରି କରିଛି । ନାସା ଏନେଇ ସୂଚନା ଦେଇଛି , ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ହାର୍ଡ ଲ୍ୟାଣ୍ଡିଂ କରିବା ଫଳରେ ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନାସାର ଲୁନର ରିକାନିସନ ଅର୍ବିଟର ଗତ ସେପ୍ଟେମ୍ବର ୧୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଗତି କରିଥିଲା । ଏହି ସମୟରେ ନାସା ଅର୍ବିିଟର କିଛି ଫଟୋ ନେଇଛି । ସେଥିରୁ ନାସା ଅନୁମାନ କରିଛି ଲ୍ୟାଣ୍ଡର ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଛି ।
ତଥାପି ନାସା ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ କୌଣସି ସୂଚନା ଦେଇନାହିଁ । ଏବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ଧାର ରହିଥିବାରୁ ବିକ୍ରମର ଫଟୋ ନେଇ ପାରୁନାହିଁ । ବେବେ ଆସନ୍ତା ଅକ୍ଟୋବର ୧୪ ରେ ପୁଣିଥରେ ନାସାର ଅର୍ବିଟର ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ଗତି କରିବ ଏହି ସମୟରେ ଦିନ ରହିଥିବାରୁ ବିକ୍ରମର ଫଟୋ ନେଇପାରେ ନାସା ଅର୍ବିଟର । ତେବେ ନାସା ପକ୍ଷରୁ କିଛି ଫଟୋ ନିଆଯାଇଛି ଯେଉଁଥିରେ କିଛି ଅଂଶ ଅନ୍ଧାର ଦେଖା ଯାଉଛି ।
ଅନୁମାନ କରାଯାଉଛି ସେହି ଅନ୍ଧାର ଭିତରେ ବିକ୍ରମ କେଉଁଠି ପଡି ରହିଛି । ସୂଚନାଯୋଗ୍ୟ ଗତ ୭ ତାରିଖରେ ଇସ୍ରୋ ପକ୍ଷରୁ ପଠାଯାଇଥିବା ଚନ୍ଦ୍ରଯାନ -୨ ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ସପ୍ଟ ଲ୍ୟାଣ୍ଡିଂ କରିବାର ଥିଲା । ମାତ୍ର ୨.୧ କିମି ଦୂରରୁ ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଇସ୍ରୋ ବିକ୍ରମ ସହିତ ଯୋଗାଯୋଗ କରିବା ପାଇଁ ବହୁ ପ୍ରଚେଷ୍ଟା ହେଉଥିଲେ ମଧ୍ୟ ତାହା ହୋଇ ପାରୁନାହିଁ ।