ପଶ୍ଚିମବଙ୍ଗ ( ଏଟିଆର ବ୍ୟୁରୋ): ନାଗରିକ ସଂଶୋଧନ ବିଲକୁ ଏବେ ପଶ୍ଚିମବଙ୍ଗରେ ଜୋରଦାର ବିରୋଧ କରାଯାଉଛି । ଅନ୍ୟପଟେ ଆସାମରେ ବିରୋଧ ଏବେ ଟିକେ ଶାନ୍ତ ପଡିଛି । ଯାହା ଫଳରେ ପରିସ୍ଥିତିରେ ସୁଧାର ଆସିବାରୁ ଏଠାରୁ କର୍ଫ୍ୟୁକୁ କୋହଳ କରାଯାଇଛି । ସେହିପରି ପଶ୍ଚିମବଙ୍ଗରେ ଗ୍ରାମାଞ୍ଚଳରେ ଲୋକେ ଏହିୂ ବିଲକୁ ଜୋରଦାର ବିରୋଧ କରୁଛନ୍ତି । ରାସ୍ତାରେ ଟାୟାର ଜାଳି ବକ୍ଷୋଭ କରିବା ସହିତ ସର୍ବ ସାଧାରଣଙ୍କ ସମ୍ପତ୍ତି ନଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ମୁସଲମାନ ସଂପ୍ରଦାୟର ଲୋକମାନେ ଏହାକୁ ଅଧିକ ମାତ୍ରାରେ ବିରୋଧ କରୁଛନ୍ତି । ସେପଟେ ଘୋର ମୋଦୀ ବିରୋଧୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କହିଛନ୍ତି ଲୋକସଭାରେ ବିଲ ପାସ କରି କେନ୍ଦ୍ର ସରକାର ଆମକୁ ବାଧ୍ୟ କରିପାରିବେ ନାହିଁ ପାଳନ କରିବାକୁ । ଆମେ କେବେହେଲେ ଏହାକୁ ସ୍ୱୀକାର କରିବୁ ନାହିଁ । ଆବଶ୍ୟକ ହେଲେ ଆମେ ଏହାକୁ ଚ୍ୟାଲେଞ୍ଜ କରିବୁ । ବିରୋଧ ପ୍ରଦର୍ଶନ ବେଳେ କେତେକ ସ୍ଥାନରେ ବିକ୍ଷୋଭକାରୀ ପୋଲିସକୁ ମଧ୍ୟ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି ।
ସୂଚନାଯୋଗ୍ୟ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ୍ ହେବାର ଗୋଟେ ଦିନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍ କୁ ମଞ୍ଜୁର ଦେଇଛନ୍ତି । ଏହି ବିଲ୍ ଏବେ ଆଇନ୍ ହେବା ସହ ପାକିସ୍ତାନ, ଆଫଗାନିସ୍ତାନ ତଥା ବାଲାଂଦେଶର ଅଳ୍ପସଂଖ୍ୟକ ଶରାଣାର୍ଥୀଙ୍କୁ ଭାରତୀୟ ନାଗରିକା ଦେବାର ରାସ୍ତା ସଫା ହୋଇଯାଇଛି । ବିପକ୍ଷ ଦଳର କଡା ବିରୋଧ ପରେ ବି ସରକାରଙ୍କ ପକ୍ଷରୁ ପ୍ରଥମେ ଲୋକସଭାରେ ଏବଂ ପରେ ରାଜ୍ୟ ସଭାରେ ଏହି ପାସ୍ କରାଯାଇଥିଲା । ବର୍ତ୍ତମାନ ଆଇନ ଅନୁଯାୟୀ, କୌଣସି ବ୍ୟକ୍ତିକୁ ଭାରତୀୟ ନାଗରିକତା ନେବା ପାଇଁ ଅତି କମ୍ ରେ ୧୧ ବର୍ଷ ରହିଥିଲା ମାତ୍ର ନୂତନ ଆଇନ ରେ ପଡୋଶୀ ଦେଶର ଅଳ୍ପସଂଖ୍ୟକଙ୍କ ପାଇଁ ଏହି ଅବଧିକୁ ହ୍ରାସ କରି ୬ ବର୍ଷ କରାଯାଇଛି । ପୂର୍ବ ଆଇନ୍ ଅନୁଯାୟୀ ଭାରତରେ ଅବୈଧ ଭାବେ ପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ନାଗରିକତା ମିଳିପାରୁ ନଥିଲା ଏବଂ ତାଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯାଉଥିଲା ।