ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆମେରିକା-ଇରାନ ମଧ୍ୟରେ ଘନୀଭୂତ ହେଉଥିବା ଯୁଦ୍ଧ କରିସ୍ଥିତିର ପ୍ରଭାବ ସୁନା ଦର ଉପରେ ପଡିଛି । ବିଶ୍ୱ ମାର୍କେଟରେ ଆଜି ସୁନା ଦର ଆଉନସ ବା ୨୮.୩୪୯୫ ଗ୍ରାମପିଛା ୧.୫% ବୃଦ୍ଧି ପାଇ ୧,୫୭୯.୫୫ ଡଲାରରେ ପହଞ୍ଚିଛି ।
ସୁଚନା ଅନୁସାରେ ଗତ ୬ବର୍ଷ ମଧ୍ୟରେ ଏଭଳି ସୁନା ଦର ସର୍ବାଧିକ । ଆଜି ଭାରତରେ ୧୦ଗ୍ରାମ ସୁନାର ମୁଲ୍ୟ ୨.୩% ଅର୍ଥାତ୍ ୯୧୮ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ୧୦ଗ୍ରାମ ସୁନାର ମୂଲ୍ୟ ୪୧,୦୩୦ ଟଙ୍କା ରହିଛି ।
ଶୁକ୍ରବାର ସୁନା ଦର ୨% ଅର୍ଥାତ୍ ୮୫୦ଟଙ୍କା ବଢିଥିଲା । ଗତ ଦୁଇଦିନ ମଧ୍ୟରେ ସୁନା ଦର ପ୍ରାୟ ୧୮୦୦ଟଙ୍କା ବଢି ରେକର୍ଡ କରିଛି । ବିଶେଷଜ୍ଞଙ୍କ ମତରେ ସୁନା ଦର ଆଗକୁ ଆହୁରି ବଢିବ ।
କେବଳ ସୁନା ଦର ନୁହେଁ ରୁପା ଦର ମଧ୍ୟ ବଢିବାରେ ଲାଗିଛି । ରୁପା ଦର ୨% ବା ୯୪୭ଟଙ୍କା ବଢି ବର୍ତ୍ତମାନ ରୁପାର କେଜି ପିଛା ଦର ୪୮,୪୭୪ଟଙ୍କାରେ ପହଞ୍ଚିଛି । ଆଗାମୀ ଦିନରେ ୧୦ଗ୍ରାମ ସୁନାର ମୂଲ୍ୟ ୪୧,୩୦୦ ଟଙ୍କା ଓ ରୁପା କେଜି ପ୍ରତି ୪୮,୯୦୦ଟଙ୍କାରେ ପହଞ୍ଚିବାର ଆଶଙ୍କା ରହିଛି ।