ଶ୍ରୀନଗର (ଏଟିଆର ବ୍ୟୁରୋ): ଜାମ୍ମୁ କାଶ୍ମୀରରୁ ଧାରା୩୭୦ ଉର୍ଚ୍ଛେଦ ହେବା ପରଠାରୁ ଦେଶସାରା ଖୁସିର ମାହୋଲ ଚାଲିଥିବା ବେଳେ ଜାମ୍ମୁ କାଶ୍ମୀର ପରିସ୍ଥିତି ମଧ୍ୟ ଶାନ୍ତ ଥିବା ଦେଖିବାକୁ ମିଳୁଛି । ହେଲେ ୩୭୦ ଉର୍ଚ୍ଛେଦ ଖବର ଯେମିତି ପାକିସ୍ତାନକୁ ବ୍ୟତିବ୍ୟସ୍ତ କରିଦେଇଥିଲା । ଏହି ବାବଦରେ ମୁଣ୍ଡ ପୁରାଇବା ପାଇଁ ବିଭିନ୍ନ ଦେଶକୁ ପାକିସ୍ତାନ ଗୁହାରୀ କରିଥିଲେ ମଧ୍ୟ କୌଣସି ଦେଶ ଯେମିତି ତାହାର ଗୁହାରୀ ଶୁଣିବାକୁ ରାଜି ହେଉନାହାନ୍ତି । ସବୁ ସ୍ଥାନରୁ ନିରାଶ ହେବା ପରେ ପାକିସ୍ତାନ ଯେପରି ପାଗଳପ୍ରାୟ ହୋଇପଡିଛି । ଆତଙ୍କବାଦୀଙ୍କ ଆଡାସ୍ଥଳ କୁହାଯାଉଥିବା ପାକିସ୍ତାନ ଭାରତବର୍ଷ ତଥା ବିଶେଷ କରି ଜାମ୍ମୁକାଶ୍ମୀରେ ଆତଙ୍କ ଖେଳାଇବା ପାଇଁ ବିଭିନ୍ନ ସମୟରେ ଅନେକ ପ୍ରୟାସ କରୁଛି । ହେଲେ ପାକିସ୍ତାନର ଏହି ସମସ୍ତ ପ୍ରୟାସକୁ ଯେମିତି ଭାରତୀୟ ଯବାନମାନେ ଧୂଳିସାତ କରିଦେଉଛନ୍ତି ।
ଜାମ୍ମୁ କାଶ୍ମୀରରେ ପୁଣି ଥରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି । ଗାନ୍ଦେରବାଲ ଠାରେ ସୁରକ୍ଷା ବାହିନୀର ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେନାର ଯବାନମାନେ ଘଟଣା ସ୍ଥଳରେ ପହଞ୍ଚି ଅପରେଶନ ଜାରି କରିଦେଇଥିଲେ । ଲୁଡରା ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାବାହିନୀଙ୍କୁ ମିଳିଥିଲା । ଏହା ପରେ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳରେ ଘେରାବନ୍ଦୀ କରିଥିଲେ । ଉତ୍ତର କାଶ୍ମୀରର ବାନ୍ଦୀପୋରା ଜିଲ୍ଲାରେ ସୁରକ୍ଷାବାହିନୀର ଯବାନ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା । ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଯାଇଥିଲେ । ଆତଙ୍କବାଦୀଙ୍କ ଗୁଳିମାଡରେ କୌଣସି ବି ଭାରତୀୟ ଯବାନଙ୍କ ଆହାତ ହୋଇନଥିବା ଖବର ମିଳିଛି । ସେହି ଅଞ୍ଚଳରେ ଆଉ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେଶନ ଜାରି ରହିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।
#UPDATE Jammu & Kashmir Police: One terrorist killed in an encounter with security forces in Gund, Ganderbal. https://t.co/gE6GlpWWus
— ANI (@ANI) November 12, 2019