ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦୀର୍ଘ ୫ମାସ ପରେ କାଶ୍ମୀର ବାସୀଙ୍କୁ ମୋବାଇଲ ସେବା ଓ ଇଣ୍ଟରନେଟ ସେବା ଉପଲବ୍ଧ କରାଯାଇଛି । ଆଜି ମଧ୍ୟ ରାତ୍ରିରୁ କାଶ୍ମୀରରେ ଏସଏମଏସ ସେବା ଆରମ୍ଭ କରାଯାଇଛି ।
ନୂଆ ବର୍ଷ ଆରମ୍ଭ ହେବା ମାତ୍ରେ ହିଁ କାଶ୍ମୀରରେ ଲୋକ ଏସଏମଏସ କରି ଶୁଭେଚ୍ଛା ଜଣାଇପାରୁଛନ୍ତି । ଧାରା ୩୭୦ ଉଚ୍ଛେଦ ପରଠାରୁ ହିଁ ଜମ୍ମୁ ଓ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା । ତେବେ ବର୍ତ୍ତମାନ କେବଳ ହସ୍ପିଟାଲ ମାନଙ୍କରେ ଇଣ୍ଟରନେଟ ସେବା ଆରମ୍ଭ ହୋଇଛି । ହେଲେ ଲୋକ ମାନଙ୍କ ପାଇଁ ଏହା କେବେ ଉପଲବ୍ଧ କରାଯିବ ସେନେଇ ଏ ପର୍ଯ୍ୟନ୍ତ କୌଣଷି ସୁଚନା ମିଳିପାରିନାହିଁ ।
ସେପଟେ ଜମ୍ମୁ-କାଶ୍ମୀରର ସରକାରୀ ମୁଖପାତ୍ରଙ୍କ କହିବା ଅନୁସାରେ ଜମ୍ମୁ-କାଶ୍ମୀରରେ ସ୍ଥିତି ସୁଧୁରିବାରେ ଲାଗିଛି ଏବଂ ଗତ ଡିସେମ୍ବର ୧୦ ତାରିଖରୁ ସାମୟିକ ଭାବେ କିଛି ଛାତ୍ରଛାତ୍ରୀ, ମେଧାବୀ ଓ ବ୍ୟବସାୟୀଙ୍କ ଫୋନରେ ଏସଏମଏସ ସେବା ଯୋଗାଯାଇଥିଲା କିନ୍ତୁ ଏହା ଏବେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିଛି ।