ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତରେ ଖାଦ୍ୟ ନିୟମକୁ ସଂଶୋଧନ କରି କେନ୍ଦ୍ର ସରକାର ଏକ ଦେଶ ଏକ ରାସନକାର୍ଡ ନିୟମ ଆଣିଛନ୍ତି । ତେବେ ଏହି ନିୟମ ଟି ଆସନ୍ତା ଜୁନ ୧ରୁ ପୁରା ଭାରତରେ ଲାଗୁ ହେବାକୁ ଯାଉଛି ।
କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସୱାନ ଏହି ବାବଦରେ ସୁଚନା ଦେଇଛନ୍ତି । ତେବେ ଏହି ଯୋଜନା ଅନୁସାରେ ରାସନକାର୍ଡକୁ ଦେଶର ଯେ କୌଣଷି ଜାଗାରେ ବ୍ୟବହାର କରି ଲୋକ ରାସନ ନେଇ ପାରିବେ ।
ପୁର୍ବରୁ କେନ୍ଦ୍ର ସରକାର ଏହି ଏକ ଦେଶ ଏକ ରାଶନକାର୍ଡ ଯୋଜନାକୁ ୪ଟି ରାଜ୍ୟରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ କରିଥିଲେ ।ସେତେବେଳେ ଏହି ଯୋଜନାକୁ କେନ୍ଦ୍ରମନ୍ତ୍ରୀ ପେସୱାନ ଉଦଘାଟନ କରି କହିଥିଲେ ଏହି ଯୋଜନାଟି ୪ଟି ରାଜ୍ୟରେ ସଫଳ ହେଲେ ବାକି ସବୁ ରାଜ୍ୟରେ ଲାଗୁ କରାଯିବ ।
ବର୍ତ୍ତମାନ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟ୍ରରେ ସଫଳ ହେବା ପରେ ଏକ ଦେଶ ଏକ ରାସନକାର୍ଡ ପୁରା ଭାରତରେ ଜୁନ ୧ରୁ ଲାଗୁ କରାଯିବ ।