ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ପୂଣ୍ୟତିଥି । ସ୍ୱର୍ଗତ ଅଟଳ ବିହାରୀଙ୍କୁ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସମସ୍ତ ତାଙ୍କର ଦେଶ ପ୍ରତି ଥିବା ଅତୁଳନୀୟ ଅବଦାନକୁ ମନେ ପକାଇବା ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅପଣ କରିଛନ୍ତି । ୨୦୧୮ମସିହା ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଥିଲା। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେସାସିଆ ମିଡିଆ ଟ୍ୱିଟରରେ ଟ୍ୱିଟ୍ ସ୍ୱର୍ଗତ ବାଜପେୟୀଙ୍କୁ ମନେ ପକାଇଛନ୍ତି ।
ଉପରାଷ୍ଟ୍ରପତି ଭେଙ୍କୟା ଟ୍ୱିଟ୍ କରି ଲେଖିଛନ୍ତି, ଆମର ପୀଢ଼ିର ବିଚକ୍ଷଣ ବକ୍ତା, ଅଜାତଶତ୍ରୁ, ଉଦାର ଲୋକତାନ୍ତ୍ରିକ ମୂଲ୍ୟର ବାହକ, ଶବ୍ଦ ଶିଳ୍ପୀ, ପ୍ରଖର ରାଷ୍ଟ୍ରବାଦୀ କବି, କୁଶଳ ପ୍ରଶାସକ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଲ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
हमारी पीढ़ी के ओजस्वी वक्ता,
अजातशत्रु,
उदार लोकतांत्रिक मूल्यों के वाहक,
शब्द शिल्पी,
प्रखर राष्ट्रवादी कवि,
कुशल प्रशासक,
भारत के पूर्व प्रधानमंत्री,
स्वर्गीय श्री अटल बिहारी वाजपेयी की पुण्य तिथि पर उनकी पावन स्मृति को श्रद्धा सुमन अर्पित करता हूं! #AtalBihariVajpayee pic.twitter.com/wQdWAUdovM— Vice President of India (@VPSecretariat) August 16, 2020
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କର ଭାରତ ସବୁବେଳେ ବାଜପେୟୀଙ୍କୁ ମନେପକାଇବ । ଦେଶ ଗଠନ କରିବାରେ ବାଜପେୟୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଲେଖିଛନ୍ତି । https://twitter.com/narendramodi/status/1294806334756384768?s=20
ସ୍ୱର୍ଗତ ବାଜପେୟୀଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ନୂଆଦିଲ୍ଲୀ ସ୍ଥିତ ଅଟଳ ସ୍ମୁତିପୀଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ବାଜପେୟୀଙ୍କ ସ୍ମୁତିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ବିଜେପି ପକ୍ଷରୁ ରାଷ୍ଟ୍ରୀୟ କାର୍ଯ୍ୟଳୟରେ ବରିଷ୍ଠ ନେତାଙ୍କ ସହିତ କର୍ମକର୍ତ୍ତା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Delhi: Prime Minister Narendra Modi arrives at 'Sadaiv Atal' – the memorial of former PM #AtalBihariVajpayee, on his death anniversary today. pic.twitter.com/pNzMlfvvwA
— ANI (@ANI) August 16, 2020