ବାଘପଟ(ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶର ବାଘପଟରେ ଦୁଷ୍କର୍ମ ପୀଡିତାଙ୍କୁ ଖୋଲା ଖୋଲି ଭାବେ ଧମକ୍ ଦେଇଛି ଜାମିନ୍ ରେ ଖଲାସ ହୋଇଥିବା ଅଭିଯୁକ୍ତ ।
ପୀଡିତାଙ୍କ ଘର ସାମ୍ନାରେ ଗୋଟିଏ ଧମକ୍ ପୂର୍ଣ୍ଣ ପୋଷ୍ଟର ମାରି ଏଭଳି ଧମକ୍ ଦେଇଛି ଅଭିଯୁକ୍ତ । ପୀଡିତା କୋର୍ଟରେ ସାକ୍ଷୀ ଦବାକୁ ଗଲେ ତାଙ୍କର ଉନ୍ନାଓ ଠାରୁ ଅଧିକ ଭୟଙ୍କର ଅବସ୍ଥା ହେବ ବୋଲି ପୋଷ୍ଟରେ ଲେଖାହୋଇଛି ।
ଗତବର୍ଷ ଦିଲ୍ଲୀ ମୁଖାର୍ଜୀ ନଗରରେ ପୀଡିତା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ । ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ଗତକାଲି ଅଭିଯୁକ୍ତ ଜଣଙ୍କ ଜାମିନ୍ ରେ ବାହାରକୁ ଆସି ଏଭଳି ଧମକ୍ ଦେଇଛି ।
ଆସନ୍ତା କାଲି ପୀଡିତା ଦିଲ୍ଲୀ କୋର୍ଟରେ ନିଜର ବୟାନ ରେକର୍ଡ କରିବାକୁ ଯିବେ । ତେବେ ଏହା ପୁର୍ବରୁ ପୀଡିତାଙ୍କୁ ଏଭଳି ଧମକ୍ ଦିଆଯାଇଛି ।
ଘଟଣା ପରେ ପୋଲିସ ପକ୍ଷରୁ ପୀଡିତାଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ଅଭିଯୁକ୍ତକୁ ପୁଣି ଥରେ ଗିରଫ କରିଛି ବାଘପଟ ପୋଲିସ ।