ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ୬୩ତମ ସାଧାରଣତନ୍ତ୍ର ଦିବସ ନିମନ୍ତେ ଆଜି ଜାତୀୟ ସାହାସିକତା ପୁରସ୍କାର ଘୋଷଣା ହୋଇଛି । ବିଭିନ୍ନ ପରିସ୍ଥିତିର ମୁକାବିଲା କରି ନିଜର ସାହାସିକତା ପଦର୍ଶନ କରିଥିବା ୨୨ଜଣ ପିଲାଙ୍କୁ ବିଭିନ୍ନ ବିଭାଗରେ ପୁରସ୍କୃତ କରାଯିବ । ଏହି ୨୨ଜଣ ପିଲାଙ୍କ ମଧ୍ୟରେ ୩ଜଣ ଓଡିଆ ପିଲାଙ୍କୁ ଜାତୀୟ ସ୍ତରରେ ପୁରସ୍କୃତ କରାଯିବ । ପ୍ରତିବର୍ଷ ଭାରତୀୟ ବାଲ କଲ୍ୟାଣ ପରିଷଦ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଥାଏ । ୧୨ଟି ରାଜ୍ୟର ୨୨ଜଣ ପିଲାଙ୍କୁ ବିଭିନ୍ନ ବିଭାଗ ନିମନ୍ତେ ସମ୍ନାନିତ କରାଯିବ ।
ଏହି ୨୨ଜଣ ସାହାସୀ ପିଲାଙ୍କ ମଧ୍ୟରେ ୧୦ଜଣ ଝିଅ ଥିବା ବେଳେ ୧୨ଜଣ ପୁଅଙ୍କୁ ବିଭିନ୍ନ ବର୍ଗ ନିମନ୍ତେ ସମ୍ମାନିତ କରାଯିବ । ଏହି ୨୨ଜଣ ପିଲାଙ୍କ ମଧ୍ୟରେ ଥିବା ୩ ଓଡିଆ ପିଲା ହେଲେ କେନ୍ଦ୍ରାପଡାର ପୂର୍ଣ୍ଣମା ଗିରି ଓ ସବିତା ଗିରି ଓ ଅନୁଗୁଳର ଶ୍ରୀମତୀ ଭଦ୍ରାଙ୍କୁ ଜାତୀୟ ସାହାସିକତା ପୁରସ୍କାର ମିଳିବ । ପୂର୍ଣ୍ଣମା ଓ ସବିତା ଗିରିଙ୍କୁ ଦ୍ରୁବ ପୁରସ୍କାର ଓ ଭଦ୍ରାଙ୍କୁ ପ୍ରହ୍ଲାଦ ଜାତୀୟ ସାହସିକତା ପୁରସ୍କାର ମିଳିବ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ସବିତା ଓ ପୂର୍ଣ୍ଣମା ।
ନିପାଣିଆ ଗ୍ରାମ ନିକଟ ଗଳିଆ ନଦୀରେ ହୁକିଟୁ ଲରୁବଣ ଠାରେ ଭୋଜି ସାରି ଫେରୁଥିବା ବେଳେ ଡଙ୍ଗା ବୁଡି ଯାଇଥିଲା । ଏହି ସମୟରେ ଦୁଇ ଭଉଣୀ ୧୨ଜଣଙ୍କ ପାଇଁ ଦେବଦୂତ ପାଲଟିବା ସହ ସେମାନଙ୍କର ଜୀବନ ବଞ୍ଚାଇଥିଲେ । ଦୁଇ ଭଉଣୀଙ୍କର ଏହି ସହାସୀକତା ପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଥିଲେ । ଅନ୍ୟପଟେ ଅନୁଗୁଳର ଶ୍ରୀମତି ବଡ୍ରା ରେଳ ଦୁର୍ଘଟଣା ସମୟରେ ନିଜ ସାଙ୍ଗର ଜୀବନ ବଞ୍ଚାଥିଲେ । ସେଥି ନିମନ୍ତେ ତାଙ୍କୁ ପ୍ରହ୍ଲାଦ ପୁରସ୍କାର ପ୍ରଦାନ କରାଯିବ ।