ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସାରା ଦେଶ ପାଳୁଛି ଜାତୀୟ କୃମିନାଶ ଦିବସ । ପ୍ରତି ବର୍ଷ ଅଗଷ୍ଟ ୮ ତାରିଖକୁ ଜାତୀୟ କୃମିନାଶ ଦିବସ ରୁପେ ପାଳନ କରାଯାଏ । ଏହି ଦିନ ସାରା ଦେଶରେ ୧ ରୁ ୧୯ ବର୍ଷ ପିଲାଙ୍କୁ ବିନା ମୂଲ୍ୟରେ କୃମିନାଶ େଓøଷଧ ଦିଆଯାଇଥାଏ । ପ୍ରତି ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ମାନଙ୍କରେ ମିଳିଥାଏ । ତେବେ ଆସନ୍ତୁ ଜାଣିବା କୃମି ସଂକ୍ରମଣରୁ ଆପଣ କେମିତି ରକ୍ଷା ପାଇବେ ।
୧. ପ୍ରଥମତଃ ନିଜ ପରିବେଶ ଓ ଆଖପାଖ ସଫା ରଖିବାକୁ ଚେଷ୍ଟା କରନ୍ତୁ
୨. ଘରୁ ପଦାକୁ ବାହାରିଲେ ଚପଲ ବ୍ୟବହାର କରନ୍ତୁ
୩. ଖୋଲାରେ ମଳତ୍ୟାଗ କରନ୍ତୁ ନାହିଁ
୪. ସର୍ବଦା ଶୌଚାଳୟ ବ୍ୟବହାର କରନ୍ତୁ
୫. ଶୌଚ ପରେ ଭଲଭାବେ ହାତ ଧୋଇ ଦିଅନ୍ତୁ
୬. ଖାଇବା ପୂର୍ବରୁ ଭଲ ଭାବେ ହାତ ଧୁଅନ୍ତୁ
୭. ଫଳ ଓ ପନିପରିବା ଭଲ ପାଣିରେ ଧୋଇ ଖାଆନ୍ତୁ
୮. ଖାଦ୍ୟକୁ ସର୍ବଦା ଘୋଡାଇ ରଖନ୍ତୁ
୯. ଓର୍ବଦା ବିଶୁଦ୍ଧ ପାଣି ପିଅନ୍ତୁ
୧୦. ନିଜ ନଖକୁ ପରିଷ୍କାର ଓ ଛୋଟ ରଖନ୍ତୁ
ଆଜି ଔଷଧ ଖାଇ ପାରିନଥିବା ପିଲା ମାନେ ଆସନ୍ତା ୧୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଔଷଧ ଖାଇପାରିବେ । ଏହା ସହ ଆମ ସମାଜକୁ ଏକ ସୁସ୍ଥ ସମାଜ କରିବା ସହ କୃମି ସଂକ୍ରମଣରୁ ରକ୍ଷା କରିପାରିବା ।