ନୂଆଦିଲ୍ଳୀ(ଏଟିଆର ବ୍ୟୁରୋ): ଭାରତର ସୁରକ୍ଷା ପାଇଁ ଭାରତୀୟ ସେନାର ଯବାନ ମାନେ ନିଜ ପରିବାରକୁ ଛାଡି ଦିନରାତି ଆମ ସୁରକ୍ଷାରେ ନିୟୋଜିତ ହୋଇଥାନ୍ତି । ସେମାନଙ୍କୁ ସାଧାରଣ ଲୋକମାନଙ୍କ ଭଳି ଛୁଟି ମଧ୍ୟ ମିଳିନଥାଏ ।
ବର୍ତ୍ତମାନ ସେନାର ଜବାନ ମାନଙ୍କୁ ବର୍ଷକୁ ୧୦୦ଦିନ ଛୁଟି ଦେବା ପାଇଁ ଯୋଜନା କରୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ସିଆରପିଏଫ ମୁଖ୍ୟ କାର୍ଯ୍ୟାଳୟରେ ନୂତନ କୋଠାର ଶିଳାନ୍ୟାସ କରିବା ଅବସରରେ ଏହି ଯୋଜନାର ଘୋଷଣା କରିଛନ୍ତି ।
ଗୃହମନ୍ତ୍ରୀଙ୍କ କହିବା ଅନୁସାରେ ସିଆରପିଏଫ, ବିଏସଏଫ, ଆଇଟିବିପି, ସିଆଇଏସଏଫ ଓ ଏସଏସବି ର ଯବାନମାନେ ନିଜ ପରିବାର ସହିତ ୧୦୦ଦିନ ରହିପାରିବେ ଏବଂ ଏନେଇ ସରକାର ଯୋଜନା କରୁଛନ୍ତି । ସେ କହିଛନ୍ତି ଯେ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସରେ ଭାରତୀୟ ସୁରକ୍ଷା ବଳର ଯବାନ ମାନଙ୍କ ପାଇଁ ସରକାର ଆହୁରି ଅନେକ ଯୋଜନା ଆଣିବେ ।
ଦେଶବାସୀଙ୍କୁ ସୁରକ୍ଷା ଦେବାରେ ଭାରତୀୟ ସେନା ନିରନ୍ତର ରୂପେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ପରିବାରକୁ ସୁଖରେ ରଖିବା ସରକାରଙ୍କ ଦାୟିତ୍ୱ । ଏବଂ ଯବାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଗଲେ ସେନାର ଯବାନ ମାନଙ୍କର ଚାପ ମଧ୍ୟ ହ୍ରାସ ହୋଇ ପାରିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ନିଜ ଭାଷଣରେ କହିଛନ୍ତି ।