ବେଙ୍ଗାଲୁରୁ(ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ-୨ ଏମିତି ଏକ ମିଶନ ଥିଲା ଯାହା ସାରା ଭାରତ ବର୍ଷ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଥିଲା । ପୁରା ଦେଶ ମଧ୍ୟ ବଡ ଉତ୍ସାହ ସହିତ ଚନ୍ଦ୍ରଯାନ-୨ର ସବୁ ଘଟଣା ଉପରେ ନଜର ରଖିଥିଲା । ହେଲେ ଶେଷରେ ଏହା ଅଳ୍ପକେ ବିଫଳ ହୋଇଥିଲା ।
ଚନ୍ଦ୍ରଯାନ-୨ ପୁରାପୁରି ଭାବେ ବିଫଳ ହୋଇ ନଥିଲା ଏହା ଅମକୁ ୯୫% ସଫଳତା ଦେଇଥିଲା । ଆଉ ଏହି ସଫଳତା ପଛରେ ଏକ ଗୁରୁତ୍ୱ ପୁର୍ଣ୍ଣ ଭୁମିକା ଥିଲା ଚନ୍ଦ୍ରଯାନ-୨ ର ପ୍ରକଳ୍ପ ନିର୍ଦ୍ଧେଶିକା ବୈଜ୍ଞାନିକ ଏମ ବନିତାଙ୍କର ।
ଚନ୍ଦ୍ରଯାନ-୨ର ସମସ୍ତ ସିଷ୍ଟମ ପାଇଁ ଏମ ବନିତାଙ୍କର ଟିମ ଦାୟୀ ଥିଲେ । କିନ୍ତୁ ଏବେ ଚନ୍ଦ୍ରଯାନ-୩ ପାଇଁ ବନିତାଙ୍କ ଜାଗାରେ ଭିରାମୁତୁୱେଲଙ୍କୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ମିଶନ ନିର୍ଦ୍ଧେଶିକା ରିତୁ କରିଧାଲଙ୍କୁ ଚନ୍ଦ୍ରଯାନ-୩ରେ ପୁର୍ବପରି ସମାନ ନିର୍ଦ୍ଧେଶନାର ଦାୟିତ୍ୱ ମିଳିଛି ।
ଏନେଇ ଇସ୍ରୋ କିମ୍ବା ବୈଜ୍ଞାନିକ ଏମ ବନିତାଙ୍କ ପକ୍ଷରୁ କୌଣଷି ପ୍ରତିକ୍ରିୟା ମଳିପାରିନାହିଁ ।