ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆମେରିକାର ୧୩୩ବର୍ଷ ପୁରୁଣା ଷ୍ଟ୍ୟାଚୁ ଅଫ ଲିବର୍ଟି ତୁଳନାରେ ଗତବର୍ଷ ଗୁଜୁରାଟରେ ତିଆରି ହୋଇଥିବା ଷ୍ଟ୍ୟାଚୁ ଅଫ ୟୁନିଟିକୁ ଦେଖିବାକୁ ଆସୁଛନ୍ତି ଅଧିକ ପର୍ଯ୍ୟଟକ ।
ଷ୍ଟ୍ୟାଚୁ ଅଫ ୟୁନିଟି ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ତାଙ୍କ ୧୫୧ତମ ଜନ୍ମ ଦିବସରେ, ଗୁଜୁରାଟର ନର୍ମଦା ନଦୀ କୂଳରେ ଉନ୍ମୋଚନ ହୋଇଥିଲା । ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ଦିନକୁ ପ୍ରାୟ ୧୫ହଜାରରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି ।
ଏହି ପ୍ରତିମୂର୍ତ୍ତିଟି ଦେଶର ସବୁଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ହୋଇଥିବାରୁ, ଏହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମାକୁ ୨୦୧୮ ଅକ୍ଟୋବର ୩୧ରେ ଉନ୍ମୋଚନ କରିଥିଲେ ।
ଏଠାରେ ଛୋଟ ପିଲାଙ୍କ ପାଇଁ ପାର୍କ, କାକ୍ଟସ ଗାର୍ଡେନ, ବଟରଫ୍ଲାଏ ବଗିଚା ସହିତ ନର୍ସରୀ ଏବଂ ବୋଟିଂ ମଧ୍ୟ ସୁବିଧା ରହିଛି ।
ସର୍ଦ୍ଧାର ସରୋବର ନର୍ମଦା ନିଗମ ଲିମିଟେଡର ମତ ଅନୁସାରେ, ୨୦୧୮ ନଭେମ୍ବର ୧ ଠାରୁ ୨୦୧୯ ଅକ୍ଟୋବର ୩୧ ଯାଏଁ ପ୍ରତିଦିନ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୭୪ ପ୍ରତିଶତ ବଢିଛି । ଚଳିତ ବର୍ଷ ନଭେମ୍ବର ୩୦ ଯାଏଁ ୩୦ଲକ୍ଷ ୯୦ହଜାର ୭୨୩ଜଣ ପର୍ଯ୍ୟଟକ ଷ୍ଟ୍ୟାଚୁ ଅଫ ୟୁନିଟିକୁ ଆସିଛନ୍ତି । ସେପଟେ ଷ୍ଟ୍ୟାଚୁ ଅଫ ଲିବର୍ଟିକୁ ଦେଖିବାକୁ ଦୈନିକ ମାତ୍ର ୧୦ହଜାର ପର୍ଯ୍ୟଟକ ଆସୁଛନ୍ତି ।