ଲକ୍ଷେ୍ନø(ଏଟିଆର ବ୍ୟୁରୋ): ଆଜି ଭାରତର ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ବାର୍ଷିକ । ଏହି ଅବସରରେ ଲକ୍ଷେ୍ନø ଠାରେ ତିନି ଦିନିଆ ସମାରୋହ ପାଳନ କରାଯାଉଛି ।
ତେବେ ଏହି ସମାରୋହର ଆଜି ଶେଷ ଦିନ, ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଲକ୍ଷେ୍ନø ଠାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ପ୍ରତିମାର ଉନ୍ମୋଚନ କରିବା ସହିତ ଅଟଳ ବିହାରୀ ବାଜପେୟୀ ଚିକିତ୍ସା ବିଶ୍ୱବିଦ୍ୟାଳୟ ଶିଳାନ୍ୟାସ କରିବେ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କର ୨୫ ମିନିଟ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି ।
ଆଜି ଅପରାହ୍ନ ପ୍ରାୟ ୩ଟାରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ଲକ୍ଷେ୍ନøରେ ପହଞ୍ଚି ସିଧାସଳଖ ଲୋକଭବନ ଯାଇ ପ୍ରଥମେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହଛି ।
ପୁର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲକ୍ଷେ୍ନø ଲୋକସଭା ଆସନରୁ କ୍ରମାଗତ ଭାବେ ୧୯୯୧, ୧୯୯୬, ୧୯୯୮, ୧୯୯୯, ଓ ୨୦୦୪ ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।