ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ହରିୟାଣାର ରେୱାରି ଠାରେ ଏକ ଡିଜିଟାଲ ଗାଁ ଉଦ୍ଘାଟନ କରି ଟେଲିକମ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଭାରତନେଟ(Bharatnet) ମାଧ୍ୟମରେ ସାମିଲ ହୋଇଥିବା ସାରା ଦେଶର ଗାଁ ଗୁଡିକୁ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ମାଗଣା wi-fiର ସୁବିଧା ଯୋଗାଇ ଦିଆଯିବ
ବର୍ତ୍ତମାନ ସୁଦ୍ଧା ୧.୩ ଲକ୍ଷ ଗ୍ରାମ ପଞ୍ଚାୟତକୁ ଭାରତନେଟ(Bharatnet) ଅଫଟିକାଲ ଫାଇବର ସହ ଯୋଡା ସରିଛି । ଏବଂ କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ୨.୫ଲକ୍ଷ ଗାଁକୁ ଭାରତନେଟ(Bharatnet) ସହିତ ଯୋଡି ମାଗଣା wi-fi ସେବା ଯୋଗାଇ ଦିଆଯିବ ।
ଏହି ସେବା ଦ୍ୱାରା ଆଗାମୀ ଦିନରେ ଭାରତର ଗାଁ ଗୁଡିକ ସମୃଦ୍ଧ ହେବା ସହିତ ଗାମାଞ୍ଚଳର ଲୋକମାନଙ୍କ ପାଖରେ ସହଜରେ ସବୁ ସୁବିଧା ପହଞ୍ଚି ପାରିବ । ଭାରତନେଟ ଯୋଜନାରେ ବର୍ତ୍ତମାନ ୪୮୦୦୦ ଗାଁ କୁ ମାଗଣା wi-fi ସେବା ମିଳୁଛି । ଏହି ଯୋଜନା ରେ ଖୁବ ଶିଘ୍ର ଭାରତର ପ୍ରାୟ ସବୁ ଗାଁ ଗୁଡିକୁ ଡିଜିଟାଲ ଗାଁରେ ପରିବର୍ତ୍ତନ କରାଯିବାର ଲକ୍ଷ ରଖାଯାଇଛି ।