ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗୋଟିଏ ପଟରେ ଭାରତରେ ସରକାର ୩୦୦ଶହରୁ ଅଧିକ ପର୍ଣ୍ଣ ସାଇଟ ବ୍ୟାନ କରିଛନ୍ତି ତ ଅନ୍ୟ ପଟରେ ଭାରତରେ ପର୍ଣ୍ଣ ଦେଖୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।
ଗତ ଦଇ ବର୍ଷ ମଧ୍ୟରେ ଗାରତରେ ପର୍ଣ୍ଣ ଦେଖୁଥିବା ଲୋକଙ୍କ ସଂଖ୍ୟା ୮୬ ପ୍ରତିଶତରୁ ବଢି ୮୯ ପ୍ରତିଶତରେ ପହଞ୍ଚିଛି । ଆଡଲ୍ଟ ଏଣ୍ଟରଟେନମେଣ୍ଟ ୱେବ ସାଇଟ ପର୍ଣ୍ଣହବର ର ବାର୍ଷିକ ରିପୋର୍ଟ ଅନୁସାରେ ଏହି ତଥ୍ୟ ପ୍ରକାଶ କରାଯାଇଛି ।
ମୋବାଇଲରେ ପର୍ଣ୍ଣ ଦେଖିବାରେ ଭାରତ ଆମେରିକାକୁ ମଧ୍ୟ ପଛରେ ପକାଇ ଦେଇଛି । ଭାରତ ପରେ ଏହି କ୍ଷେତ୍ରରେ ଆମେରିକା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନରେ ବ୍ରାଜିଲ ରହିଛି ।
ଭାରତରେ ବର୍ତ୍ତମାନ ୪୫କୋଟି ସ୍ମାର୍ଟ ଫୋନ ରହିଛି । ଭାରତରେ ପର୍ଣ୍ଣ ଦେଖିବାର ମୂଳ କାରଣ ହେଉଛି ଭାରତରେ ମିଳୁଥିବା ଶସ୍ତା ଇଣ୍ଟରନେଟ ସୁବିଧା ଓ କମ ଟଙ୍କାରେ ମିଳୁଥିବା ଅଧିକ ଫିଚର ଯୁ୍କ୍ତ ସ୍ମାର୍ଟ ଫୋନ ।