ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ରାଜଧାନୀ କୁହାଯାଉଥିବା ଦିଲ୍ଲୀରେ ଆତଙ୍କର ତାଣ୍ଡବ ରଚିବା ପାଇଁ ଯୋଜନା କରୁଥିବା ୩ଜଣ ଆତଙ୍କବାଦୀଙ୍କ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଏହି ୩ଜଣ ଆତଙ୍କବାଦୀଙ୍କୁ ଆସାମର ଗୋଲପାରାରୁ ଗିରଫ କରାଯାଇଛି । ଆସାମର ଏକ ମେଳାରେ ପରୀକ୍ଷା ମୂଳକ ଭାବରେ ଆକ୍ରମଣ କରିବା ପରେ ଦିିଲ୍ଲୀର ଜନଗହଳୀ ପୂର୍ଣ୍ଣସ୍ଥାନରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଡିସିପି ପ୍ରମୋଦ କୁଶୱାହା କହିଛନ୍ତି ।
ଏହି ୩ଜଣ ହେଲେ ଇସଲାମ, ରଞ୍ଜିତ ଅଲୀ ଓ ଜମିଲ ବୋଲି ଜଣାପଡିଛି । ତେବେ ଜମିଲ ଯୁକ୍ତ୨ରେ ପାଠ ପଢୁଥିବା ବେଳେ ରଞ୍ଜିତ ଅଲୀ ଏକ ମତ୍ସ୍ୟ ଫାର୍ମରେ ମ୍ୟାନେଜର ରୂପେ କାର୍ଯ୍ୟରତ ଥିଲା । ସେହିପରି ଇସଲାମ ଜଣେ ଡ୍ରାଇଭର ରୂପେ କାର୍ଯ୍ୟ କରି ଆସୁଥିଲା । ଏହି ୩ଜଣଙ୍କର ବୟସ ସୀମା ୨୫ରୁ ୩୦ବର୍ଷ ମଧ୍ୟରେ ହେବ ବୋଲି ସ୍ପେଶାଲ ସେଲର ଡିଜିପି କୁଶୱାହା କହିଛନ୍ତି । ଏମାନଙ୍କ ଠାରୁ ବିଭିନ୍ନ ଅସ୍ତ୍ର ଶନ୍ତ୍ର ଓ ବିସ୍ଫୋରକ ପାଉଡର ମଧ୍ୟ ଜବତ କରାଯାଇଛି । ଆଇଏସଆଇଏସ ଦ୍ୱାରା ସେମାନେ ପ୍ରେରିତ ହୋଇଥିବା କଥା କୁହାଯାଉଛି ।
DCP Pramod Kushwaha, Delhi Police Special Cell: The three arrested persons were from an ISIS inspired module and were planning to attack using an IED blast a local fair in Goalpara (Assam). They were planning to replicate it in Delhi. pic.twitter.com/mjRkIk8EN1
— ANI (@ANI) November 25, 2019