ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାଜପା ସମର୍ଥୀତ ଏନଡିଏକୁ ରାଜ୍ୟସଭାରେ ମଧ୍ୟ ବହୁତ ଆସନ ମିଳିଛି । ତେଲୁଗୁ ଦେଶମ ପାର୍ଟି ୪ ଏବଂ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳର ଜଣେ ରାଜ୍ୟସଭା ସାଂସଦ ଭାରତୀୟ ଜନତା ଦଳକୁ ସମର୍ଥନ କରିବା ପରେ ଏବେ ରାଜ୍ୟସଭାରେ ମଧ୍ୟ ବିଜେପିର କାଟତି ବଡିଛି । ପୂର୍ବରୁ ମୋଦି ସରକାରଙ୍କ କେତେକ ବିଧେୟକକୁ ରାଜ୍ୟସଭାରେ ପହୁ ମତ ନମିଳି ପାରୁଥିବାରୁ କେତେକ ବିଲ ପାସ ନ ହୋଇ ପଡି ରହୁଛି । ବର୍ତ୍ତମାନ କିନ୍ତୁ ଏଭଳି ସମସ୍ୟାରୁ ମୋଦି ସରକାରଙ୍କୁ ସାମାନ୍ୟ ଆଶ୍ୱସ୍ତ ମିଳିବ ବୋଲି ଅନୁମାନ କରାଯାଉଛି ।
ରାଜ୍ୟସଭାରେ ଏବେ ୨୩୫ ସଦସ୍ୟଙ୍କ ମଧ୍ୟରୁ ରବିବାର ଏନଡିଏର ୧୧୧ ସଦସ୍ୟ ରହିଛନ୍ତି । ଏ ପର୍ଯ୍ୟନ୍ତ ୧୦ ଟି ରାଜ୍ୟସଭା ଆସନ ଖାଲି ରହିଛି । ଆସନ୍ତା ୫ ତାରିଖରେ ଏନଡିଏ ସମର୍ଥୀତ ୪ ଜଣ ନୂଆ ସାଂସଦ ଗୃହକୁ ପ୍ରବେଶ କରିବାର ଟଥେଷ୍ଟ ସମ୍ଭାବନା ରହିଛି । ଏହି ସଂଖ୍ୟା ମିଶିଲେ ରାଜ୍ୟସଭାରେ ଏନଡିଏର ୧୧୪ ଟି ଆସନ ରହିବ । ଏହି ଚାରୋଟି ଆସନ ମିଶିଲେ ଏନଡିଏକୁ ବହୁମତ ପାଇଁ ମାତ୍ର ୬ ଟି ଆସନ କମ ପଡିବ । ଅଥବା ରାଜ୍ୟସଭାରେ ୨୪୫ ସାଂସଦ ହୋଇଯିବେ ତ ଏନଡିଏକୁ ବହୁମତ ପାଇଁ ୧୨୩ ସାଂସଦଙ୍କ ଆବଶ୍ୟକତା ରହିଛି ।
ତେବେ ଏହିଭଳି ଏକ ସମୟରେ ଯଦି ଟିଆରଏସ ଓ ବିଜେଡି ସହଯୋଗ କରିବ ତେବେ ମୋଦି ସରକାରଙ୍କ କୌଣସି ବି ବିଧେୟ ରାଜ୍ୟସଭାରେ ମଞ୍ଜୁର ପାଇବା ପାଇଁ ସହଜ ହୋଇଯିବ । ସୂଚନାଯୋଗ୍ୟ ରାଜ୍ୟସଭାରେ ୬ ଟି ସିଟ ପାଇଁ ଆସନ୍ତା ଜୁଲାଇ ୫ ତାରିଖରେ ନିର୍ବାଚନ କରାଯିବ । ଓଡିଶାରୁ ବିଜେପି ସମର୍ଥୀତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଛି । ତେଣୁ ରାଜ୍ୟସଭାରେ ବିଜେଡି ଓ ବିଜେପିକୁ ସମର୍ଥନ କରିବା ଆଶଙ୍କା ଅଧିକ ରହିଛି ।