ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ସଙ୍କଟ ମଧ୍ୟରେ ଲୋକେ ଏବେ ଏଟିଏମ୍ ରୁ ଟଙ୍କା ଉଠାଇବାକୁ ଡରୁଛନ୍ତି । କାରଣ ଲୋକଙ୍କ ଧାରଣା ରହିଛି କି ଏଟିଏମ ମେସିନର ବଟନ୍ କୁ ଛୁଇଁବା ଦ୍ୱାରା ତାଙ୍କୁ ବି କରୋନା ସଂକ୍ରମଣ ହୋଇପାରେ । ଏହାରି ଭିତରେ କ୍ୟାଶ ଏବଂ ଡିଜିଟାଲ ସଲ୍ୟୁଶନ ଉପାୟ କରୁଥିବା କମ୍ପାନୀ ଏଜିଏସ ଟ୍ରାଞ୍ଜାକ୍ସନ ଟେକ୍ନାଲୋଜି ପକ୍ଷରୁ ସୋମବାର କୁହାଯାଇଛି କି, ‘କୋଭିଡ ୧୯ ରୁ ଲୋକଙ୍କୁ ରକ୍ଷା କରିବା ପାଇଁ କମ୍ପାନୀ ଏକ ଖାସ୍ ଟଚଲେସ ଏଟିଏମ ସଲ୍ୟୁଶନ୍ ଟେକନିକ୍ ର ସଫଳତାପୂର୍ବକ ଟେଷ୍ଟ କରିଛି ଏବଂ ଏହାକୁ ଏବେ ବ୍ୟାଙ୍କ ଟେଷ୍ଟ କରୁଛି ।’
ରିପୋର୍ଟ ମୁତାବକ, ଟଚଲେସ କ୍ୟାଶ ୱିଥଡ୍ରାଲ ଟେକ୍ନୋଲୋଜି ମୋବାଇଲ ଆପ୍ ଜରିଆରେ କାମ କରିବ । ଗ୍ରାହକଙ୍କୁ ଏଟିଏମ ସ୍କ୍ରିନ ଉପରେ ଦେଖାଯାଉଥିବା କ୍ୟୁାଆର କୁ ସ୍କାନ କରିବାକୁ ପଡିବ । ଏହାପରେ ସ୍କ୍ରିନ୍ ରେ ବ୍ୟାଙ୍କର ମୋବାଇଲ ଆପ୍ ରେ ଦିଆଯାଇଥିବା ନିର୍ଦ୍ଦେଶକୁ ଫଲୋ କରିବାକୁ ପଡିବ । ଏହି ଆପ୍ଲିକେସନ ଜରିଆରେ ଟଙ୍କା ଉଠାଣ ପାଇଁ ଆମାଉଣ୍ଟ ପରେ ଏମପିନ୍ ଏଣ୍ଟର କରିବାକୁ ପଡିବ ଏବଂ ଟଙ୍କା ଆପଣଙ୍କୁଚ ମିଳିଯିବ ।
ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି କି କ୍ୟୁଆର କୋଡ ଫିଚର ସହାୟତାରେ ଟଙ୍କା ଉଠାଇବା ପାଇଁ ବହୁତ କମ୍ ସମୟ ଲାଗିବ ଏବଂ ଏଥିରେ କରୋନା ଭାଇରସ ସ୍ରଂକମଣର ଭୟ କମ ରହିବ ।
ଦେଶରେ ଏହି ଟେକ୍ନୋଲେଜି ଉପଯୋଗ କରିବା ପାଇଁ ବ୍ୟାଙ୍କ ଗୁଡିକ ଏଟିଏମ ବଦଳାଇବାର ଆବଶ୍ୟକତା ନାହିଁ । କିନ୍ତୁ ସେମାନଙ୍କର ସଫ୍ଟୱେୟର ଅପଡେଟ କରିବାକୁ ପଡିବ ।