ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ମାନେ ଜୁଲାଇ ୧ ରୁ ଲାଗୁ ହେବାକୁ ଯାଉଛି ଟ୍ରେନ୍ ର ନୂତନ ସମୟ ସାରଣୀ । ଏନେଇ ରବିବାର ଭାରତୀୟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି ।
ଟ୍ରେନ୍ ବିସ୍ତାର, ଫ୍ରିକ୍ୟୁନ୍ସି ବୃଦ୍ଧି, ନବୀକରଣ ଏବଂ ନୂତନ ଟ୍ରେନ୍ ସେବାର ଶୁଭାରମ୍ଭ ପାଇଁ ଏଭଳି ପ୍ରତ୍ୟେକ ବର୍ଷ ଟ୍ରେନ୍ ଗୁଡିକର ସମୟ ସାରଣୀ ପରିବର୍ତ୍ତନ କରାଯାଇଥାଏ ।
ନୂତନ ସମୟ ସାରଣୀ ଅନୁଯାୟୀ ଅନେକ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ସେହିପରି ୧୬ ଟି ଟ୍ରେନର ସ୍ପିଡ୍ କୁ ମଧ୍ୟ ବୃଦ୍ଧି କରାଯାଇଛି । ସନ୍ତରାଗଛି ପାରାଦୀପ ଏକ୍ସପ୍ରେସ ଅପରାହ୍ନ ୪.୩୦ ବଦଳରେ ଅପରାହ୍ନ ୩.୫୫ ରେ ପହଁଚିବ । ସେପଟେ ରାଉଲକେଲା-ଗୁଣୁପୁର-ରାଉଲକେଲା ରାଜାରାଣୀ ଏକ୍ସପ୍ରେସ ସପ୍ତାହରେ ତିନି ଦିନ ବଦଳରେ ଏବେ ଛଅ ଦିନ ଚାଲିବ । ଏହାସହିତ ଭିଲୁପୁରମ-ପୁରୁଲିଆ ଏକ୍ସପ୍ରେମ ସପ୍ତାହରେ ଦୁଇଥର ଚାଲିବ ବୋଲି ସୂଚନା ମିଳିଛି ।
ମେମୁ ଟ୍ରେନ୍ ବ୍ୟତିତ ଏହି ସାରଣୀରେ ଅନ୍ୟ ୫ଟି ଟ୍ରେନ୍ କୁ ସାମିଲ କରାଯାଇଛି । ଏହି ସେବାରେ ଆହୁରୀ ୯ଟି ଟ୍ରେନ୍ କୁ ବଢାଯାଇଛି । ନିୟମାନୁଯାୟୀ ବ୍ରହ୍ମପୁର ଯାଏଁ ବିଶାଖାପାଟଣା-ପଲାଶା ପାସେଞ୍ଜର ଗଡିବ । ସେହିପରି ଝାରସୁଗୁଡା ବାଇପାସ୍ ଦେଇ ଝାରସୁଗୁଡା ଷ୍ଟେସନ ଦେଇ ୫ଟି ଟ୍ରେନ୍ ଚାଲିବ ।
ନୂତନ ସମୟ ସାରଣୀରେ କୁହାଯାଇଛି କି ୧୮ ଟି ଟ୍ରେନ୍ ପାଇଁ ବିଭିନ୍ନ ଷ୍ଟେସନରେ ନୂତନ ଷ୍ଟପେଜ୍ ରହିଛି । ସେହି ଅନୁଯାୟୀ ଢେଙ୍କାନାଳରେ ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଷ୍ଟପେଜ୍ କରାଯ।ଇଛି ।
ରେଳବାଇ ପକ୍ଷରୁ ସମସ୍ତ ରେଳ ଯାତ୍ରୀଙ୍କୁ ଅପିଲ କରାଯାଇଛି କି ଟ୍ରେନ୍ ରେ ଯାତ୍ରା କରିବା ପୂର୍ବରୁ ସମୟ ସାରଣୀକୁ ଯାଞ୍ଚ କରନ୍ତୁ ।
ସେପଟେ ରଥଯାତ୍ରା ଭିଡକୁ ଦୃଷ୍ଟିରେ ରଖି ରେ ପୁରୀ ପାଇଁ ଆହୁରୀ ୪ଟି ସ୍ପେଶାଲ ଟ୍ରେନ୍ ବଢାଯାଇଛି । ଏହାକୁ ମିଶାଇ ପୁରୀରେ ୧୯୬ ଟି ସ୍ପେଶାଲ ଟ୍ରେନ୍ ଚାଲିବ । ଏହାବ୍ୟତିତ ଅଧିକାଂଶ ମାତ୍ରାରେ ସୂଚନା କେନ୍ଦ୍ର, ଟିକେଟ କେନ୍ଦ୍ର, ମେ ଆଇ ହେଲ୍ପ ୟୁ ବୁଥ୍, ପୁରି ରେଲୱେ ଷ୍ଟେସନରେ ଖୋଲାଯିବ ।
ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ଡାକ୍ତର ଏବଂ କର୍ମଚାରୀଙ୍କ ସମେତ ଫାଷ୍ଟଏଡ୍ ବୁଥ୍, ଜିଆରପି ଏବଂ ଆରପିଏଫ୍ କଣ୍ଟ୍ରୋଲ ରୁମ୍, ଏରିଆ କଣ୍ଟ୍ରୋଲ ରୁମ୍ ସହିତ ଷ୍ଟେସନର ଚର୍ତ୍ତୁପାଶ୍ୱର୍ରେ ସିସି ଟିଭି ଲଗାଯିବ ।