ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନାର କାୟା ଭିତରେ ଫସି ରହିଛି । ସାରା ବିଶ୍ୱ ଏବେ କରୋନ କବଳରୁ ନିଜକୁ ଉଦ୍ଧାର କରି ଦେବା ପାଇଁ ଦିନ ରାତି ଏକ କରି ଦେଇଛି । ତେବେ ଏହି ଭିତରେ ଭାରତରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢବାରେ ଲାଗିିଛି । ମାତ୍ର କେଇଟା ଦିନ ମଧ୍ୟରେ ଏବେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୬ ଟପି ଯାଇଛି । ଯାହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିିଛି । ଦେଶ ଏବେ ଏବେ ୨୧ ଦିନିଆ ଲକ ଡାଉନରେ ରହିଛି ।
Central Govt extends validity of fitness, registration, permit, DL etc till 30th June.
Even though not specifically mentioned we will extend validity of LL and PUC certificate till 30th June in Odisha.#StayAtHome pic.twitter.com/YrYsisXaxc— STA Odisha (@STAOdisha) March 31, 2020
ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆକ୍ଟରେ ଏବେ ପୁଣି କିଛି ମାସର କୋହଳ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସରକାର ଗାଡି ର ସମସ୍ତ କାଗଜ ପତ୍ରର ବୈଧତାକୁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି । କରୋନା ଯୋଗୁ ଲାଇସେନ୍ସ, ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ରର ନବୀକରଣ କାମ କରିପାରୁ ନାହିଁ । ତେଣୁ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି ।