ମାଉଣ୍ଟ ମାଓଁଗାନୁଇ(ଏଟିଆର ବ୍ୟୁରୋ): ଆଜି ମାଉଣ୍ଟ ମାଓଁଗାନୁଇରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ ଖେଳା ଯାଇଛି । ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଶୃଙ୍ଖଳାର ଦୁଇ ଟି ମ୍ୟାଚ ହାରିଥିବା ଭାରତୀୟ ଦଳ ସମ୍ମାନ ରକ୍ଷା କରିବା ପାଇଁ ଏହି ମ୍ୟାଚକୁ ଜିତିବା ଆଶାରେ ପଡିଆକୁ ଓହ୍ଲାଇଥିଲା । ପ୍ରଥମ ବ୍ୟାଟିଂ କରିଥିବା ଭାରତ ଦଳର ପୂର୍ବ ମ୍ୟାଚ ପରି ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା । ଓପନର ମୟଙ୍କ ଅଗ୍ରୱାଲ ୧ ରନ ଓ ଅଧିନାୟକ ବିରାଟ ୯ ରନ କରି ଆଉଟ ହୋଇଥିଲେ । ଏହା ପରେ ପୃଥ୍ୱୀ ଓ ୪୦ ରନ କରି ପାଭିଲିୟନ ଫେରିଥିଲେ ।
ତେବେ ଲୋକଶ ରାହୁଲ ଓ ଶ୍ରେୟସ ଆୟରଙ୍କ ଯୋଡି ଯୋଗୁ ଭାରତ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୯୬ ରନ କରିପାରିଥିଲା । ଭାରତପକ୍ଷରୁ ଲୋକଶ ରାହୁଲ ସର୍ବାଧିକ ୧୧୨ କରିଥିଲେ । ସେହିଭଳି ସନୀଷ ପାଣ୍ଡେ ୪୨ ରନ କରିପାରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ହାମିସ୍ ବେନେଟ୍ ୪ଟି ୱିକେଟ ଓ ଜାମିସନ, ଜମି ନିସା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଭାରତର ୨୯୭ ରନ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୧୭ ଟି ବଲ ବାକିଥାଇ ମ୍ୟାଚ ଜିତିଯାଇଥିଲା ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ହେନେରୀ ନିକୋଲାସ ୮୦ ଓ ମାର୍ଟିନ ଗପ୍ଟିଲ ୬୬ ରନ କରିଥିଲେ ।