ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଭିଡ୧୯ ଟେଷ୍ଟିଂ ସେଣ୍ଟର ଖୋଜିବା ପାଇଁ ଏବେ ଗୁଗଲରେ ଆହୁରି ସହଜ ହୋଇଯାଇଛି । ପ୍ରକୃତରେ ଶୁକ୍ରବାର ସର୍ଚ୍ଚ ଇଞ୍ଜିନ୍ ଗୁଗଲ ପକ୍ଷରୁ କୁହାଯାଇଛି କି ଗୁଗଲ ତାର ସର୍ଚ୍ଚ ଆସିଷ୍ଟାଣ୍ଟ ଏବଂ ମ୍ୟାପ ସେବାରେ ନିକଟତମ କୋବିଡ୧୯ କେନ୍ଦ୍ରର ଠିକଣା ଖୋଜିବାର ସୁବିଧା ଆରମ୍ଭ କରିଛି ।
ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏବଂ ମାଇଗବ ପୋର୍ଟାଲ ସହିତ ଏବେ ଗୁଗଲ କାମ କରୁଛି । ଏହି ସେବା ଲୋକଙ୍କୁ କୋଭିଡ୧୯ ଟେଷ୍ଟିଂ କେନ୍ଦ୍ରର ସୂଚନା ଉପଲବ୍ଧ କରାଇବ । ଏହି ନୂତନ ସୁବିଧା ଇଂରାଜୀ ସହିତ ଆଠଟି ଭାରତୀୟ ଭାଷାରେ ଉପଲବ୍ଧ ହେବ । ଏଥିରେ ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମଲୟାଲମ, କନ୍ନଡ, ମରାଠୀ ଏବଂ ଗୁଜୁରାଟୀ ସାମିଲ ଅଛି । ବର୍ତ୍ତମାନ ଗୁଗଲ ଦେଶର ୩୦୦ରୁ ଅଧିକ ସହରରେ ୭୦୦ ରୁ ଅଧିକ କୋଭିଡ୧୯ ଟେଷ୍ଟିଂ କେନ୍ଦ୍ରର ସୂଚନା ତାର ସର୍ଚ୍ଚ ଆସିଷ୍ଟାଣ୍ଟ ଏବଂ ମ୍ୟାପରେ ଯୋଡିଛି ।