ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତାରିଖ ଯେତେ ବଢି ଚାଲିଛି ନିର୍ଭୟା କାଣ୍ଡର ୪ ଅଭିଯୁକ୍ତଙ୍କ ସମୟ ସେତେ ପାଖେଇ ଆସୁଛି । ଏବେ ଜେଲରେ ମୃତ୍ୟୁର ତାରିଖ ଗଣୁଛନ୍ତି ୪ ଅଭିଯୁକ୍ତ । ତେବେ ଆଜି ଅଭିଯୁକ୍ତ ବିନୟଙ୍କ ବାପା ଆଜି ବିନୟଙ୍କୁ ଜେଲରେ ଦେଖା କରିଛନ୍ତି । ଦୀର୍ଘ ୧ ଘଣ୍ଟାକାଳ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି । ଆଜି ବାପାଙ୍କୁ ଭେଟିବା ବେଳେ ବିନୟ ଅଧିକ ଭାବ ବିହ୍ୱଳ ହୋଇ ପଡିଥିଲା ।
ସେ ଶେଷ ଥର ପାଇଁ ବାପାଙ୍କୁ ଆଲିଙ୍ଗନ କରିବାକୁ କରିବାକୁ କହିଥିଲା । ପରିବାରଙ୍କୁ ଭେଟିବାର ଶେଷ ସୁଯୋଗ ରହିଥିଲା ବିନୟଙ୍କ ପାଇଁ । ୪ ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ଓ ବିନୟ ଏହି ପିଟିସନ ଦାଖଲ କରିଥିଲେ । ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପିଠ ଏହି ପିଟିଶନକୁ ଖାରଜ କରିବା ସହ ଫାଶୀ ଦଣ୍ଡାଦେଶକୁ କାୟମ ରଖିଛନ୍ତି । କ୍ୟୁରେଟିଭ ପିଟିଶନ ଖାରଜ ହେବା ପରେ ଦୋଷୀ ମାନଙ୍କୁ ନିଶ୍ଚିତ ଫାଶୀ ଦିଆଯିବ ବୋଲି ନିର୍ଭୟାଙ୍କ ଓକିଲ କହିଛନ୍ତି । ଆସନ୍ତା ୨୨ ତାରିଖ ସକାଳ ୭ ବେଳେ ୪ ଜଣଙ୍କୁ ଫାଶୀ ଦଣ୍ଡ ଦିଆଯିବ ବୋଲି ପଟିଆଲା ହାଉସ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।