ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ମାନଙ୍କୁ ପୃଥକ ପୃଥକ ଭାବେ ଫାଶୀ ଦିଆଯିବା ପାଇଁ ହୋଇଥିବା ଆବେଦନର ଶୁଣାଣୀ ଶୁକ୍ରବାର ଦିନ ହେବ ବୋଲି ସୁପ୍ରିମକୋର୍ଟ ଜଣାଇଛନ୍ତି । ଶୁକ୍ରବାର ଅଭିଯୁକ୍ତମାନେ ଏହି ଆବେଦନ ଉପରେ ଯୁକ୍ତି ରଖିବାକୁ କହିଛନ୍ତି କୋର୍ଟ । ଅନ୍ୟପଟେ ଆଜି ସୁପ୍ରିମକୋର୍ଟ ଦୋଷୀ ବିନୟ ଶର୍ମା କରିଥିବା ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି । ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଆବେଦନ କରାଯାଇଥିଲା । କେନ୍ଦ୍ର ସରକାର ଯାଚିକାରେ ଜଣାଇଥିଲେ ଯେଉଁ ଦୋଷୀଙ୍କ ପାଖରେ ସବୁ ନ୍ୟାୟିକ ବ୍ୟବସ୍ଥା ଶେଷ ହୋଇ ଯାଇଛି ସେମାନଙ୍କୁ ଫାଶୀ ଦିଆଯାଉ ।
ପୁଣି ଡେଥ ୱାରେଣ୍ଟ ଜାରି କରି ଦୋଷୀଙ୍କୁ ଫାଶୀ ଦେବାକୁ କେନ୍ଦ୍ର ସରକାର ଆବେଦନ କରିଥିଲେ । ପୂର୍ବରୁ ଅଭିଯୁକ୍ତଙ୍କୁ ଜାନୁଆରି ୨୨ ରେ ଫାଶୀ ଦିଆଯିବା ପାଇଁ ସ୍ଥିର ହୋଇଥିଲା । ମାତ୍ର ଅଭିଯୁକ୍ତମାନେ ଏହି ଫାଶୀ ତାରିଖ ଟାଳିବାକୁ ସକ୍ଷମ ହୋଇଥିଲେ । ପୁଣି କୋର୍ଟ ଫେବୃଆରୀ ୧ ତାରିଖରେ ଡେଥ ୱାରେଣ୍ଟ ଜାରି କରିଥିଲେ । ଏହି ସମୟରେ ରାଜକ୍ଷମା ଆବେଦନ କରି ପୁଣି ଫାଶୀକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଫାଶୀ ଘୁଞ୍ଚାଇବାରେ ସକ୍ଷମ ହୋଇଛନ୍ତି ଦୋଷୀ । ଯାହାକୁ ଏବେ ନିର୍ଭୟାଙ୍କ ମା ବିରୋଧ କରିବା ସହିତ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବାକୁ ଦାବି କରିଛନ୍ତି ।