ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୨୦ ତାରିଖ ସକାଳ ସାଢେ ୫ ଟାରେ ନିଭ;ର୍ୟା ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ ବୋଲି ସୂଚନା ମିଳିଛି । ଏହି ଅବସରରେ ଆଜି ଜହ୍ଲାଦ ପୱନ କୁମାର ଡେମୋକୁ ଆଜି ଫାଶୀ ଖୁଣ୍ଟରେ ଝୁଲାଇବ । ଏନେଇ ତିହାର ଜେଲରେ ମଧ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଯୋରଦାର ଚାଲିଛି । ତେବେ ଫାଶୀ ସ୍ଥିର ହୋଇ ସାରିଥିଲେ ମଧ୍ୟ ଏବେବି ଫାଶୀରୁମୁକୂଳିବା ପାଇଁ ଅପରାଧୀ ମାନେ ଆଇନର ଗଳାବାଟ ଖୋଜିବାରେ ବ୍ୟସ୍ତ ଅଛନ୍ତି । ନ୍ୟାୟଳୟରେ ବିଭିନ୍ନ ପ୍ରକାର ଆଳ ଦେଖାଇ ସେମାନେ ଫାଶୀ ଟାଳିବାକୁ ଚେଷ୍ଟା ଚଳାଇଛନ୍ତି ।
ଆଜି ଘାତକ ଆସି ତିହାର ଜେଲରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତିହାର ଜେଲ କ୍ଷରୁ ଘାତକକୁ ଡକାଯାଇଥିବା ସୂଚନା ମିଳିଛି । ଆଜି ମଧ୍ୟ ଅଭିଯୁକ୍ତମାନେ ଫାଶୀକୁ ଟାଳିବା ପାଇଁ ରପଟିଆଲା ହାଉସ କୋର୍ଟ ଯିବେ । ଅନ୍ୟପଟେ ନିର୍ଭୟା ଦୋଷୀଙ୍କ ଓକିଲ କହିଛନ୍ତି ଯାଚିକା ଲମ୍ବା ହେବା ସ୍ଥିତିରେ ପଟିଆଲା ହାଉସ କୋର୍ଟ ଫାଶୀ ଉପରେ ରୋକ ଲଗାଇବା କଥା ।