ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ପାଇଁ ଭାରତୀୟ ସମ୍ବିଧାନ ଉପରେ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ଭୟା ଗଣଦୁର୍ଷ୍କମ ଭଳି ଲୋମହର୍ଷଣକାରୀ ଘଟଣାର ଦୋଷୀମାନେ ମଧ୍ୟ ଆମ ନ୍ୟାୟିକ ବ୍ୟବସ୍ଥାର ଗଳାବାଟ ଦେଇ ସୁପ୍ରିମକୋର୍ଟଙ୍କ ସହିତ ଲୁଚକାଲି ଖେଳୁଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ମୁକେଶର ରାଜକ୍ଷମା ଖାରଜ କରିସାରିବା ପରେ ବର୍ତ୍ତମାନ ମୁକେଶ ରାଷ୍ଟ୍ରପତିଙ୍କ ନିଷ୍ପତିଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ।
ପୁର୍ବରୁ ଦୋଷୀମାନେ କେତେବେଳେ ନିଜକୁ ନାବାଳକ ତ ପୁଣି କେତେବେଳେ ଜେଲରେ ସେମାନଙ୍କ ଅତ୍ୟାଚାର ହେଉଛି ବୋଲି ଦର୍ଶାଇ ଫାଶୀକୁ ଘୁଞ୍ଚାଇବାକୁ ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି ।
ପୁର୍ବରୁ ଜାନୁଆରୀ ୨୨ରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିବା ବେଳେ ମୁକେଶ ରାଜକ୍ଷମା ଆବେଦନ କରି ଏହାକୁ ଘୁଞ୍ଚାଇବାରେ ସଫଳ ହେଲା ।
ଏବେ ବର୍ତ୍ତମାନ ଫେବୃଆରୀ ୧ରେ ଦୋଷୀମାନଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଦିନ ସରି ସରି ଆସୁଥିବାରୁ ଦୋଷୀମାନେ ଅ୍ଧବନର ଗଳାବାଟକୁ ବ୍ୟବହାର କରି ଫାଶୀ ଘୁଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।
ବର୍ତ୍ତମାନ ମୁକେଶ ରାଷ୍ଟ୍ରପତିଙ୍କ ରାଜକ୍ଷମା ଖାରଜ କୁ ଭୁଲ ଦର୍ଶାଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛି । ତେବେ ସୁପ୍ରିମକୋର୍ଟ ଏହି ଯାଚିକାର ତ୍ୱରିତ୍ୱ ଶୁଣାଣି କରିବେ ବୋଲି କହିଛନ୍ତି । ସେପଟେ ଏପର୍ଯ୍ୟନ୍ତ ୪ଦୋଷୀଙ୍କର ଡେଥ ୱାରେଣ୍ଟ ଜାରି ରହିଛି ।