ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ନିର୍ଭୟା ଗଣଦୁଷ୍କର୍ମ ଭଳି ଲୋମଟାଙ୍କୁରା ଘଟଣା ଘଟାଇଥିବା ୬ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ୨୦୧୨ରେ ଦୋଷୀ ସାବ୍ୟସ୍ଥ କରିଥିଲେ । ଏଥିମଧ୍ୟରୁ ଦୋଷୀ ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିଲା ।
ଏହାପରେ ୪ଜଣ ଦୋଷୀ ବିନୟ, ଅକ୍ଷୟ, ପୱନ ଓ ମୁକେଶ ର ଫାଶୀ ଦଣ୍ଡାଦେଶ କାୟମ ରଖିଛନ୍ତି । ଆସନ୍ତା ୨୨ ତାରିଖରେ ଏହି ୪ ଦୋଷୀଙ୍କୁ ଫାଶୀ ହେବାକୁଥିବା ବେଳେ ମୁକେଶ ରାଜକ୍ଷମା ଆବେଦନ କରିବା ପରେ ଫାଶୀକୁ ଘୁଞ୍ଚାଇ ଫେବୃଆରୀ ୧ରେ ସ୍ଥିର କରାଯାଇଛି ।
ଫାଶୀ ପାଇବାର ଦିନ ପାଖେଇ ପାଖେଇ ଆସୁଥିବା ବେଳେ ୪ଦୋଷୀ ଭିନ୍ନ ଭିନ୍ନ ବାହାନା କରି ଫାଶୀ ଘୁଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଆଜି ଦୋଷୀ ପୱନ ଗୁପ୍ତା ନିର୍ଭୟା ଗଣଦୁଷ୍କର୍ମ ସମୟରେ ସେ ନାବାଳକ ଥିବା କହି ସୁପ୍ରିମ କୋର୍ଟରେ କ୍ଷମା ଆବେଦନ କରିଛି ।
ପୁର୍ବରୁ ଦୋଷୀମାନେ ଆବେଦନ କରିଥିବା ରିଭ୍ୟୁ, କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏଥି ସହିତ ରାଷ୍ଟ୍ରପତି ମଧ୍ୟ ମୁକେଶ ଆବେଦନ କରିଥଇବା ରାଜକ୍ଷମା ଆବେଦନକୁ ଆଜି ଖାରଜ କରିଛନ୍ତି ।