ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ନିର୍ଭୟାର ଦୋଷୀ ମୁକେଶ ସିଂ ର ଆଜି ଏପରି ଏକ ବୟାନ ଦେଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଆସନ୍ତା ଫେବୃଆରୀ ୧ରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ । ଏଥିପାଇଁ ସେମାନଙ୍କ ପାଇଁ ଡେଥୱାରେଣ୍ଟ ମଧ୍ୟ ଜାରି କରାଯାଇଛି । ସେପଟେ ଫାଶୀକୁ ନେଇ ହାତରେ ସମୟ ବହୁତ କମ ଥିବାରୁ ଦୋଷୀମାନେ ଯଥାସମ୍ବଭ ବଞ୍ଚିବାକୁ ପ୍ରୟାସ କରୁଛନ୍ତି ।
ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ଦୋଷୀ ମୁକେଶ ସିଂ । ମୁକେଶ ରାଷ୍ଟ୍ରପତିଙ୍କ ନିଷ୍ପତିଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ରାଷ୍ଟ୍ରପତିଙ୍କ ନିଷ୍ପତି ବିରୁଦ୍ଧରେ ପିଟିସନ ଦାଖଲ କରିଥିଲା । ଏନେଇ ସୁପ୍ରିମକୋର୍ଟ ଆଜି ମୁକେଶର ଯାଚିକାର ଫଇସଲା କରି ରାୟ ସଂରକ୍ଷିତ ରଖିଛନ୍ତି ।
ହେଲେ ଆଜି ଅଦାଲତରେ ମୁକେଶର ବୟାନ ଏବେ ପୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମୁକେଶ ତା ନିଜ ସହିତ ତିହାଡ ଜେଲରେ ଯୌନ ଶୋଷଣ ହେଉଥିବା ଅଭିଯୋଗ କରିଛି । ମୁକେଶକୁ ଅନ୍ୟ ଦୋଷୀ ଅକ୍ଷୟ ସହିତ ସମସ୍ତଙ୍କ ସମ୍ମୁଖରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା ବୋଲି ମୁକେଶ ଅଭିଯୋଗ କରିଛି ।
ଆଜି ସୁପ୍ରିମକୋର୍ଟରେ ପିଟିସନ ଶୁଣାଣୀ ସମୟରେ ମୁକେଶର ଓକିଲ ଅଞ୍ଜନା ପ୍ରକାଶ ମୁକେଶ ପାଇଁ ଅଦାଲତରେ ନ୍ୟାୟ ମାଗିଛନ୍ତି । ଏଥି ସହିତ ଅଞ୍ଜନା ଦୋଷୀ ମୁକେଶ ତରଫରୁ କହିଛନ୍ତି ଯେ ‘’ତାଙ୍କୁ ମୃତ୍ୟୁର ଦଣ୍ଡ ତ ଦିଆଗଲା କିନ୍ତୁ ତାଙ୍କ ସହିତ ଜେଲରେ ହୋଇଥିବା ଦୁଷ୍କର୍ମର ଦଣ୍ଡ କାହାକୁ ଦିଆଯିବ ଏବଂ କେବେ’’