ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟ ଅଭିଯୁକ୍ତ ପୱନ କୁମାର ଗୁପ୍ତାର ସାନି ଆବେଦନକୁ ଖାରଜ କରିଛନ୍ତି । ସୂଚନାଯୋଗ୍ୟ ପୱନ ନାବାଳକ ବୋଲି ତାଙ୍କ ଓକିଲ ଆବେଦନ କରିଥିବା ବେଳେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ପୱନଙ୍କ ଓକିଲ ତାଙ୍କର ସ୍କୁଲ ସାର୍ଟିଫିକେଟ କୋର୍ଟରେ ଦାଖଲ କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଛନ୍ତି ।କୋର୍ଟ କହିଛନ୍ତି ଦିଆଯାଇଥିବା ଏହି ପ୍ରମାଣରେ କୌଣସି ନୂତନତ୍ୱ ନାହିଁ । ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ପୱନ କୁମାର ଗୁପ୍ତାକୁ ନାବାଳକ ଅପରାଧୀ ଭାବେ ବିବେଚନା କରିବାକୁ ମନା କରିଥିଲେ ।
ଏମିତିକି ଏହି ମାମଲାରେ ଓକିଲଙ୍କୁ କୋର୍ଟ ଜରିମାନା କରିଥିଲେ । ଏବେ ଡେଥ ୱରେଣ୍ଟ ଜାରି ହେବା ପରେ ପୱନ ଏହାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଛି । ସୂଚନାଯୋଗ୍ୟ ଏହି ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୧୬ ତାରିଖରେ ୪ ଅଭିଯୁକ୍ତଙ୍କୁ ଡେଥ ୱାରେଣ୍ଟ ଶୁଣାଇଥିଲେ । ଦୁଇଦିନ ତଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି । ଏବଂ ୪ଦୋଷୀଙ୍କ ଡେଥ ୱାରେଣ୍ଟ କାୟମ ରଖାଯାଇଛି । ପୁର୍ବରୁ ୪ଦୋଷୀ ଅକ୍ଷୟ, ପୱନ, ମୁକେଶ ଓ ବିନୟ ମଧ୍ୟରୁ ମୁକେଶ ରାଜକ୍ଷମା ଆବେଦନ କରିବାରୁ ଫାଶୀ ୨୨ତାରିଖରୁ ଘୁଞ୍ଚାଇ ଫେବୃଆରୀ ବରେ ସ୍ଥିର କରାଯାଇଛି ।