ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ଦୋଷୀଙ୍କୁ ପୁର୍ବରୁ ଜାନୁଆରୀ ୨୨ରେ ଫାଶୀ ଦିଆଯିବାର ଥିଲା । କିନ୍ତୁ ୪ଦୋଷୀ ମାନଙ୍କ ମଧ୍ୟରୁ ଦୋଷୀ ମୁକେଶ ରାଜ କ୍ଷମା ଆବେଦନ କରିବା ପରେ ସୁପ୍ରିମ କୋର୍ଟ ଏହି ରାୟକୁ ସ୍ଥଗିତ ରଖିଥିଲେ ।
ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଆରୋରା ଏହି ରାୟ ଦେଇଛନ୍ତି ।
ଫେବୃଆରୀ ୧ରେ ସକାଳ ୬ଟାରେ ଏହି ୪ଦୋଷୀଙ୍କୁ ଫାଶୀ ଦିଆଯିବ । ପୁର୍ବରୁ ଏମାନଙ୍କ ବିରୋଧରେ ଦିଲ୍ଲୀର ତିହାଡ ଜେଲ ଡେଥ୍ ୱାରେଣ୍ଟ ପାଇଁ ଆବେଦନ କରିଥିଲା ।
ଜାନୁଆରୀ ୨୨ରେ ଦୋଷୀମାନଙ୍କ ଫାଶୀ ସ୍ଥଗିତ ହେବା ପରେ ନିର୍ଭୟାଙ୍କ ମା’ ଦୋଷୀର ରାଜକ୍ଷମା ଆବେଦନକୁ ଖାରଜ କରି ଦୋଷୀମାନଙ୍କୁ ଶୀଘ୍ର ଫାଶୀ ଦିଆଯିବା ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ବର୍ତ୍ତମାନ ଏହି ୪ଦୋଷୀ ମୁକେଶ, ପୱନ, ଅକ୍ଷୟ ଓ ବିନୟ ତିହାଡ ଜେଲରେ ବନ୍ଦୀ ହୋଇ ରହିଛନ୍ତି ।