ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆସନ୍ତା ୧୬ କିମ୍ବା ୨୯ ତାରିଖରେ ହୋଇପାରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ହୋଇଥିବା ୪ ଯୁବକଙ୍କୁ ଫାଶୀ ଦିଆଯାଇପାରେ । ଏନେଇ ତିହାର ଜେଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି । ଏନେଇ ଫାଶୀ ଦିଆଯିବାକୁ ଥିବା ଘରକୁ ମଧ୍ୟ ପ୍ରସ୍ତୁତ କରାଯାଉଛି ।
ଏନେଇ ସେମାନେ ମଧ୍ୟ ଅବଗତ ହୋଇ ସାରିଲେଣି । ସେମାନେ ଚିନ୍ତାରେ ଏବେ ଖାଦ୍ୟ ପ୍ରେୟ ଭୁଲି ଗଲେଣି । ସେମାନଙ୍କ ରକ୍ତଚାପ ଠିକ ରହିବ ବୋଲି ସେମାନଙ୍କ ଖାଦ୍ୟ ପ୍ରେୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସୂଚନାଯୋଗ୍ୟ ଏହି ମାମଲାରେ ୪ ଦୋଷୀଙ୍କ ରାଜକ୍ଷମା ଉପରେ ରାଷ୍ଟ୍ରପତିଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ। ତିହାର ଜେଲରେ ଫାଶି କୋଠି ଜେଲ ନମ୍ବର-୩ରେ ରହିଛି।